om academy

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର କଣ୍ଟାମାଲ ବ୍ଲକର ମିଳିତ ଗ୍ରାପ ହାଇସ୍କୁଲ ପଲସାଗରାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରହରାଜଙ୍କ ଗତକାଲି ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ନିଷ୍ଠାବାନ ଶିକ୍ଷକ ଭାବରେ ଅଭିଭାବକ, ଛାତ୍ର ମହଲରେ ସେ ଖୁବ ଜଣାଶୁଣା ଥିଲେ । ଦୀର୍ଘଦିନ ପଲସାଗରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ୱ ଥିବାବେଳେ ତାଙ୍କ ଆଦର୍ଶରେ ଅନେକ ଶିକ୍ଷକ ମଧ୍ୟ ଅନୁପ୍ରାଣିତ ଥିଲେ । ତାଙ୍କର ଦୁଇ ପୁଅ ସଂଜୀବ ଓ ତ୍ରିଜୀବ ମୃତ୍ୟୁ ବେଳକୁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

four × two =