କଂଟାବାଂଜି ଏନଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲା ସାଂବାଦିକ ସଂଘ : ସହରର ପରିମଳ ବ୍ୟବସ୍ଥା ଓ ଟ୍ରାଫିକ ସମସ୍ୟା ନେଇ ଆଲୋଚନା

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଜ୍ଞାପିତ ଅଂଚଳ ପରିଷଦରେ ନୂତନ ଭାବେ ଯୋଗ ଦେଇଥିବା ନିର୍ବାହୀ ଅଧିକାରୀ ଶ୍ରୀମତୀ ସାମ୍ମି ରେଡ୍ଡି ଜୟଶ୍ରୀ (ଓଆରଏସ)ଙ୍କୁ ଆଜି ସାଂବାଦିକ ସଂଘର ପ୍ରତିନିଧି ଦଳ ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ କଂଟାବାଂଜି ସହରରେ ପରିମଳ ବ୍ୟବସ୍ଥା, ଟ୍ରାଫିକ ସମସ୍ୟା ସହିତ ସହରର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋକପାତ କରାଯାଇଛି । ନିର୍ବାହୀ ଅଧିକାରୀ ଶ୍ରୀମତୀ ଜୟଶ୍ରୀ କଂଟାବାଂଜି ଏନଏସିର ଉନ୍ନୟନ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ବିଭାଗୀୟ କର୍ମଚାରୀମାନଙ୍କ ମଧ୍ୟ ସହର ପ୍ରତି ଆନ୍ତରିକତା ରହିଲେ ହିଁ କଂଟାବାଂଜି ଏକ ଆଦର୍ଶ ସହର ହୋଇ ପାରିବ ବୋଲି କହିଛନ୍ତି । ଏହି ପ୍ରତିନିଧି ଦଳରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗୁରୁଦୟାଲ ହଂସ, ଅନ୍ତିମ ପାଣିଗ୍ରାହୀ, କୃତିକର ବାଗ, ମୋହନ ସୋନି, ସମିମ ଖାନ, ବିନୋଦ ସିଂ, ପ୍ରମୋଦ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.