pakka

ସରସରା ରାସ୍ତା ସଫେଇ କାମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆରମ୍ଭ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ମୁଖ୍ୟ ରାସ୍ତା ବରଗଡ଼, ବଲାଙ୍ଗିର ଜାତୀୟ ରାଜ ପଥକୁ ସଂଯୋଗ କରୁଥିବା ରାସ୍ତାର ସଫେଇ କାମ ଆଜି ସରସରା ଗ୍ରାମର ଉତ୍ସାହୀ ଯୁବକ ଆଶିଷ ମିଶ୍ରଙ୍କ ତତ୍ୱାବଧାନରେ ସଫେଇ କାମ ହୋଇଯାଇଛି । ଦୀର୍ଘ ଦିନ ଧରି ଏହି ରାସ୍ତା ଅଣଓସାରିଆ, ଅରଣ୍ୟ ଭଳି ହେବା ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ଵରେ ମଳ ତ୍ୟାଗ ସାଙ୍ଗକୁ ରାସ୍ତାଟି ଆବର୍ଜନା ପୂର୍ଣ୍ଣ ହୋଇ ଅଣଓସାରିଆ ହୋଇଥିଲା । ଏହି ଗ୍ରାମରେ ସ୍କୁଲ, ପଞ୍ଚାୟତ ଅଫିସ, କୃଷି ସମବାୟ ସମିତି, ପ୍ରାଣୀ ଧନ କେନ୍ଦ୍ର, ଡାକଘର ଆଦି ରହିଥିବା ଯୋଗୁଁ ଏହି ରାସ୍ତାରେ ପ୍ରତ୍ୟହ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ବହୁ ଲୋକଯିବା ଆସିବା କରିଥାନ୍ତି । ଏଣୁ ରାସ୍ତାରେ ଯିବା ଆସିବା ପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଦୀର୍ଘ ଦୀନର ଅପେକ୍ଷା ସତ୍ୱେ ପଞ୍ଚାୟତ ପକ୍ଷରୁ କିଛି ପଦକ୍ଷେପ ନେଇ ନଥିବାରୁ, ଗାଁର ଅନେକ ସ୍ୱେଚ୍ଛାସେବୀ ଯୁବକଙ୍କୁ ନେଇ ଶ୍ରୀ ଆଶିଷ କୁମାର ମିଶ୍ର ଉକ୍ତ ରାସ୍ତାଟିର ସଫେଇ କାମ ନିଜ ହାତକୁ ନେଇ ସଂପାଦନ କରିଛନ୍ତି । ବର୍ତ୍ତମାନ ଏହି ରାସ୍ତାର ସଫେଇ କାମ ପାଇଁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି ।

jay balangir
Leave A Reply

Your email address will not be published.

two × three =