pakka

ଆଦର୍ଶ ପାଠାଗାରର ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆସନ୍ତା ୩ରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚଳିତ ମାସ ୯ ତାରିଖ ଦିନ ସଂଧ୍ୟା ୭ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡିଆ ଭାଷାରେ ବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବ । ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ‘କ’ ବିଭାଗ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ‘ଖ’ ବିଭାଗରେ ବିଭକ୍ତ କରାଯାଇଛି । ଆସନ୍ତା ୩ ତାରିଖ ରବିବାର ଦିନ ୧୦ଟାରେ ‘କ’ ବିଭାଗ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ‘ଦରଦୀ ବନ୍ଧୁ ଗୋପବନ୍ଧୁ’ ଓ ‘ଖ’ ବିଭାଗ ପ୍ରବନ୍ଧ ‘ଗୋପବନ୍ଧୁ ଓ ଆଜିର ଜାତୀୟ ଜୀବନ’ ସଂପର୍କରେ ପ୍ରତିଯୋଗିତା କରାଯିବ । ସେହିପରି ଦିନ ୧୧ଟାରେ ବକୃତା ପ୍ରତିଯୋଗିତାରେ ‘କ’ ବିଭାଗ ପାଇଁ ‘ସତ୍ୟବାଦୀ ବନବିଦ୍ୟାଳୟ ଓ ଗୋପବନ୍ଧୁ’ ଓ ‘ଖ’ ବିଭାଗ ପାଇଁ ‘କବିପ୍ରାଣ ଗୋପବନ୍ଧୁ’ ବିଷୟ ରଖାଯାଇଛି । ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୯ ତାରିଖ ସଂଧ୍ୟା ୭ ଘଟିକା ସମୟରେ ପାଠାଗାର ପରସରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ରାଉରକେଲାର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଏଥିରେ ଭାଗନେବାକୁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

5 × 1 =