pakka

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ : ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ ଘଟଣାକୁ ସଂଘ ପକ୍ଷରୁ ଦୃଢ଼ ନିନ୍ଦା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ ସଂଘର ସଂପାଦକ ବିମଳ କୁମାର ବାଗ ସଂଘର ଆଗାମୀ ଦିନର କାର୍ଯ୍ୟପନ୍ଥା ସହ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବୈଠକର୍ରେ ଦୈନିକ ସମୟ ଖବର କାଗଜର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଭୁବନେଶ୍ୱର ସ୍ଥିତ ଡେଲଟା ଛକ ଠାରେ ହୋଇଥିବା ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରିଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା, ସମ୍ପାଦକ ବିମଳ କୁମାର ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଉପଦେଷ୍ଟା ଜଗଦୀଶ ଭୋଇ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ଚନ୍ଦ୍ରଶେଖର ବରିହା, ଲାବଣ୍ୟ ପୁରୋହିତ, ଲଳିତ ମଲିକ, ଦୂର୍ଯ୍ୟୋଧନ ବର୍ଗେ, ପାଣ୍ଡବ ବରିହା, ଶେଷ ଦେବ ସିଂ ନାଏକ, ଗୌରୀଶଙ୍କର ବରିହା, ସୁଦାମ ବୁଡେକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଭାପତି କରୁଣାକର ବୁଡେକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରତ୍ୟୁଷ ରଞ୍ଜନ ଖମାରୀ ପରିଚାଳନା କରିଥିଲେ । ସଂଘ ସମ୍ପାଦକ ବିମଳ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nineteen − 1 =