csstore

୨ଜଣ ସମାଜସେବୀଙ୍କ ସମ୍ପୂର୍ଣ୍ଣ ଶରୀର ଦାନ ଘୋଷଣା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଏନଏଫଆଇଡିର ୨ଜଣ ସକ୍ରିୟ ସଦସ୍ୟ ତଥା ଦେଓଗାଁ ଅଞ୍ଚଳର ସମାଜସେବୀ ଗୋବର୍ଦ୍ଧନ ଓ ପୁରୁଷୋତ୍ତମ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜରେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି । ଏହି ସମୟରେ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜର ଏନାଟୋମି ବିଭାଗର ସହକାରୀ ପ୍ରଫେସର୍ ଡାକ୍ତର ମନୋଜ କୁମାର୍ ଦେହୁରୀ, ଆନୋଟୋମି ବିଭାଗର ମୁଖ୍ୟ ଡାକ୍ତର ରାଜଶ୍ରୀ ବିଶ୍ଵାଳ ମଧ୍ୟ ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମରେ ଏନଏଫଆଇଡିର ସକ୍ରିୟ ସଦସ୍ୟ ଶିବପ୍ରସାଦ ନାଗ, ସଞ୍ଜୟ ଦୋରା, ଓଁକାର ସେଠ୍, ଅଜିତ୍ ତାଣ୍ଡି, ବିରେନ୍ଦ୍ର ସୁନା, ନୀତ୍ୟା ନନ୍ଦ ଷଡ଼ଙ୍ଗୀ ଏବଂ ଚିନୁ ହରାପଲ୍ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.