pakka

ସରିଲା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨

bbehera

ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ ରବିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ଗତ ୫ ଦିନ ହେବ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏକ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟନ କରିଥିଲେ । ବିଶେଷକରି କନ୍‌କ୍ଲେଭର ପ୍ରଥମ ଦିନରେ ଏମ୍‌ଆଇଓସିର ଉଦ୍‌ଘାଟନ ସାଙ୍ଗକୁ ବିଶିଷ୍ଟ କଳାକାର ଅରୁଣା ମହାନ୍ତିଙ୍କ ଦ୍ୱାରା ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିଭଳି ୨ୟ, ୩ୟ ଓ ୪ର୍ଥ ଦିନରେ ମୋଟ ୪୦ଟି ସ୍ୱତନ୍ତ୍ର ସମ୍ମିଳନୀଭିତ୍ତିକ କାର୍ଯ୍ୟକ୍ରମ ସହ ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏପରିକି ରାଜ୍ୟର ବିକାଶ ପାଇଁ ଅନେକ କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଥିଲା । କନ୍‌କ୍ଲେଭର ଶେଷ ଦିନର ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ବେଳେ ୨ୟ ପର୍ଯ୍ୟାୟରେ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କନ୍‌କ୍ଲେଭ ପରିସରରେ ମୋଟ ୩ୟ ସ୍ୱତନ୍ତ୍ର କକ୍ଷରେ ୧୧୪ ଶିଳ୍ପସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାର ମଣ୍ଡପ (ଷ୍ଟଲ) ରହିଥିବା ବେଳେ ୮ଟି ସ୍ୱତନ୍ତ୍ର କକ୍ଷ ଓ ୧୪ଟି ବିଶେଷ ସ୍ଥାନ ଏବଂ ୧୨ଟି ଫୁଡ୍‌ ଷ୍ଟଲ ରହିଥିଲା । ସେହିପରି ରବିବାର ସକାଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ପ୍ରଦର୍ଶନୀ ପରିଭ୍ରମଣ କରିଥିବା ବେଳେ ସନ୍ଧ୍ୟା ସମୟରେ ୧୦ରୁ ୧୫ ହଜାର ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

nineteen − four =