pakka

ଭାରସାମ୍ୟ ହରାଇ ଓଲଟିଲା ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

bbehera

ତେଲକୋଇ : ଭାରସାମ୍ୟ ହରାଇ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅଧୀନ କୁଆଁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଅମ୍ବା ନାମକ ଘରୋଇ ବସ୍ ଢେଙ୍କାନାଳ ଜିଲ୍ଲାରୁ ତେଲକୋଇ ଦେଇ କେନ୍ଦୁଝର ଅଭିମୁଖେ ଯାଉଥିଲା । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅଧୀନ କୁଆଁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ବସ୍‌ରେ ଥିବା ୪୦ରୁ ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ।

jay balangir
Leave A Reply

Your email address will not be published.

15 − thirteen =

error: Content is protected !!