pakka

ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

bbehera

ଦାରିଙ୍ଗବାଡି : ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର ବୃଦ୍ଧ କାମଦେବ ଦିଗାଲ(୬୦) ଓ ତାଙ୍କ ସ୍ତ୍ରୀ ବିବିକା ଦିଗାଲ(୫୫) । ସୂଚନା ଅନୁସାରେ, କିଛି ପର୍ଯ୍ୟଟକ କାର୍‌ରେ ବଲାଙ୍ଗିରରୁ ଦାରିଙ୍ଗବାଡ଼ି ବୁଲି ଆସି ଫେରୁଥିବା ସମୟରେ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏକ ଲୁନା ଗାଡିକୁ ଧକ୍କା ଦେଇଥିଲେ । ଫଳରେ ଲୁନା ଗାଡିରେ ଯାଉଥିବା ବୃଦ୍ଧା ବିବିକା ଦିଗାଲଙ୍କର ମୃତ୍ୟୁ ହୋଇଥିବା ବେଳେ କାମଦେବ ଦିଗାଲ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାମଦେବଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ସେଠାରେ କାମଦେବଙ୍କ ମୃତ୍ୟୁ ହୋଇଥିଲା । ସେପଟେ କାର୍ ଓ ଲୁନା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

jay balangir
Leave A Reply

Your email address will not be published.

ten + sixteen =