jsm

ନୃସିଂହନାଥ ନିସର୍ଗ ନିବାସରେ ସର୍ବୋଦୟ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ନିସର୍ଗ ନିବାସଠାରେ ସର୍ବୋଦୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସର୍ବୋଦୟ ଆନ୍ଦୋଳନରେ ସାମିଲ ମୁକ୍ତିଶ୍ବର ପ୍ରଧାନ ଗାନ୍ଧୀ ଫଟୋ ଚିତ୍ରରେ ପୂଜା କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ସର୍ବୋଦୟ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା କୌଶିକ ବିଶ୍ବାଳଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । କୃଷକ ନେତା ଲିଙ୍ଗରାଜ ସର୍ବୋଦୟ ଆନ୍ଦୋଳନ ଓ ଗାନ୍ଧୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ବନାଥ ରଣା, କେଦାର ପ୍ରଧାନ, ଟେକାଚାନ୍ଦ ପ୍ରଧାନ, ଅନାଦି ନନ୍ଦନ ପ୍ରଧାନ, ମୀନକେତନ ସାହୁ, ସୋଫେତ ବାରିକ, ବାଳକୃଷ୍ଣ ବନ୍‌ଛୋର୍, ସମାରୁ ସାହୁ, ଚନ୍ଦ୍ରଶେଖର ପାତ୍ର, ରାହାସ ବିହାରୀ ସାହୁ, ଗିରିଧାରୀ ପାତ୍ର, ଚିତ୍ତରଞ୍ଜନ ଦାନୀ, ବସନ୍ତ କୁମାର ସାମଲ, କ୍ଷୀରଦାସ ତାଣ୍ଡି, ପ୍ରଶନ୍ନ ତାଣ୍ଡି, ରାଜେନ୍ଦ୍ର କୁମାର ଭୋଇ ଓ ଅମର ଜ୍ୟୋତି ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.