csstore

ସର୍ବଭାରତୀୟ ଲାଲ୍‌ମନି କ୍ରିକେଟ୍ : ବଲାଙ୍ଗିରକୁ ହରାଇ ଫାଇନାଲରେ ଭୁବନେଶ୍ୱର ବାପୁଜୀ କ୍ଲବ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଲାଲ୍‌ମନି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ହୋଇଯାଇଛି । ପ୍ରଥମେ ଟସ୍‌ଜିଣି ବାପୁଜୀ କ୍ଲବ୍ ଫିଲ୍ଡିଂ ନିଷ୍ପତି ନେଇଥିଲେ । ବଲାଙ୍ଗିର ଓ୍ୱାଇଏସସିସି ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା । ଦଳ ପକ୍ଷରୁ ଋଷଭ ୫୫ ରନ, ବିବେକ କୁମାର ୩୧ ରନ୍, ଉତ୍କର୍ଷ ୧୧ ରନ୍, ଚିନା ଦାସ ୧୨ ରନ୍ କରିଥିଲେ । ଜବାବରେ ଭୁବନେଶ୍ୱରର ବାପୁଜୀ କ୍ଲବ ୧୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ବାପୁଜୀ କ୍ଲବ୍ ପକ୍ଷରୁ ବିକାଶ ଦୀକ୍ଷିତ ୪୫ ରନ୍, ପ୍ରାୟସ ସିଂହ ୩୦ ରନ୍, ଆର୍ଯ୍ୟଶ୍ରୀ ଭଟ୍ଟ ୨୪ ରନ୍, ଶୁଭମ ଶତ୍ରୁଜିତ ୧୬ ରନ୍ କରିଥିଲେ । ଟି-୧୦ ମ୍ୟାଚରେ ବଲାଙ୍ଗିର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮ ୱିକେଟ୍ ହରାଇ ୮୬ ରନ୍ କରିଥିଲେ । ଦଳ ପକ୍ଷରୁ ଶେଷ୍ଠ ଋଷବ ୩୩ ରନ୍, ସତ୍ୟଜିତ ସିଂଦେଓ ୨୮ ରନ୍, ଆଦିତ୍ୟ ରାଜ ଝା ୧୪ ରନ କରିଥିଲେ । ଜବାବରେ ଭୁବନେଶ୍ଵର ଦଳ ୬.୨ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ କରି ବିଜୟୀ ହୋଇଥିଲା । ପ୍ରାୟସ ସିଂହ ୧୮ ରନ, ଶୁଭମ ୧୩ ରନ, କ୍ଷମାସାଗର ୧୦ ରନ କରିଥିଲେ । ଭୁବନେଶ୍ୱର ବାପୁଜୀ କ୍ଲବ୍ ଉଭୟ ମ୍ୟାଚରେ ବିଜୟ ହାସଲ କରି ଫାଇନାଲକୁ ପ୍ରବେଶ କରିଛି । ଆଜି ଅତିଥି ଭାବେ ସୋନପୁର ଷ୍ଟେଟ ବ୍ୟାଙ୍କ ଚିଫ୍ ଜେନେରାଲ ମ୍ୟାନେଜର ଲକ୍ଷ୍ମଣ ମାଝି, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାଉନସିଲର କଇରୁ ସ୍ଵାଇଁ, ଡିଏଏ ସଂପାଦକ ପୀୟୂଷ କୁମାର ପଣ୍ଡା, ବାପୁଜୀ କ୍ଲବର ପ୍ରାୟସ ସିଂହଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ସତ୍ୟ ପ୍ରସାଦ ରଥ, ଅମିୟ ସାହୁ ଖେଳ ପରିଚାଳନା କରିଥିଲେ । ପ୍ରଦୀପ ସେଠୀ ସ୍କୋରର ଭାବେ ଓ ଦିନେଶ ହିମାଂଶୁ ଅନଲାଇନ ସ୍କୋରର ଭାବେ ଦାୟିତ୍ଵ ତୁଳାଇଥିଲେ । ପାର୍ଥ ସାରଥୀ, ବିନୋଦ ପାତ୍ର ଓ ଟୁଟୁ ରାଓ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.