csstore

ଆଲୁମିନୀ ସଂଘ ପକ୍ଷରୁ ରାଜେଶ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ର(ରାଜା)ଙ୍କ ବିୟୋଗରେ ସୋନପୁର କଲେଜ ଆଲୁମିନୀ ସଂଘ ପକ୍ଷରୁ ସ୍ଥାନୀୟ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ଼. ପ୍ରଫୁଲ୍ଲ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ କଲେଜ୍ ର ବହୁ ପୁରାତନ ଛାତ୍ର ଓ ସହରର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତ ରାଜା ମିଶ୍ରଙ୍କ ଫଟୋ ଚିତ୍ରରେ ଧୂପଦୀପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଭା ପୁର୍ବରୁ ପ୍ରଥମେ ସ୍ୱର୍ଗୀୟ ରାଜାଙ୍କ ଅମର ଆତ୍ମା ଶାନ୍ତି ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ସଭାପତି ପ୍ରଫୁଲ୍ଲ ରଥ ଓ ସମ୍ପାଦକ ଭରତ ଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଆହୁତ ଶ୍ରଦ୍ଧାଞ୍ଜଳୀ ସଭାରେ ଗତିକୃଷ୍ଣ ମିଶ୍ର , ଶ୍ୟମାଓଁ ପ୍ରସାଦ ମିଶ୍ର, ବିନୋଦ ପାତ୍ର, ଗୁପ୍ତ ପ୍ରସାଦ ମିଶ୍ର, ସୁଧୀର ପଣ୍ଡା, ଦୀପକ କୁମାର ମହାପାତ୍ର, ଶାଶ୍ଵତ କୁମାର ମିଶ୍ର, ବିଶ୍ବରଂଜନ ପୁଝାରୀ, ପ୍ଲାବନ ମହାପାତ୍ର, ବିଶ୍ୱବିର ମିଶ୍ର, ସରୋଜ ପ୍ରଧାନ, ନିଶାନ୍ତ ମହାନ୍ତି, ରାମଶଙ୍କର ଭୋଇ, ଜ୍ୟୋତିର୍ମୟ ମିଶ୍ର, ରଞ୍ଜିତ ଦାଶ, ସୁଦାମ ଚରଣ ମିଶ୍ର, ଶ୍ରୀବତ୍ସ ମଲ୍ଲିକ, ଶାନ୍ତନୁ ଆଚାର୍ଯ୍ୟ, ଦେବ ରଞ୍ଜନ ମିଶ୍ର, ପ୍ରସନ୍ନ କର୍ଣ୍ଣ, ବିନୋଦ ମେହେର, ନରେନ୍ଦ୍ର ଖେତି, କୃଷ୍ଣଚନ୍ଦ୍ର ରାଉତ, ବିପିନ ବିଦ୍ୟାଧର, ରାମଜିଲାଲ ନେଗି, ପଠାନ ପଣ୍ଡା, ଆଶ୍ରମ ନାଏକ, ମୁରଲୀ ହୋତା, ରୁଦ୍ରାକ୍ଷ ସାହୁ ଏବଂ ଆଲୁମିନୀ ଗ୍ରୁପର ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.