pakka

ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ ଦେବରାଜ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁଇକେଡା ପୂର୍ବତନ ସରପଞ୍ଚ ଦେବରାଜ ମହାନନ୍ଦ ।୧୯୮୪ ମସିହାରେ ଗୋଳାବାରୁଦ କାରଖାନା ନିର୍ମାଣ କରିବା ପାଇଁ ସଇଁନ୍ତଲା ବ୍ଲକ ରେଙ୍ଗାଲି, ପତ୍ରାପାଲି ଓ ଡଙ୍ଗାବାହାଲକୁ ବିସ୍ଥାପନ କରାଯାଇଥିଲା ପରେ ଏହି ଗ୍ରାମ କୁଇକେଡା ପଞ୍ଚାୟତରେ ମିସିଥିଲା, ସେହି ସମୟରେ ଦେବରାଜ ମହାନନ୍ଦ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ସରିବା ପରେ ଛାତ୍ର ଭାବେ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ଗରିବ, ନିଷ୍ପେସିତ ତଥା ବାସଚୁତ ପରିବାର ପାଇଁ ଲଢ଼ିଥିଲେ ପରେ ତାଙ୍କ ନେତୃତ୍ବକୁ ଦେଖି ବିସ୍ଥାପିତ ହୋଇଥିବା ଗ୍ରାମ ତଥା ପଞ୍ଚାୟତର ଆଖପାଖ ଗ୍ରାମର ଲୋକେ ଦେବରାଜ ମହାନନ୍ଦକୁ ୧୯୯୨ ମସିହାରେ ପ୍ରଥମ ଥର ପାଇଁ କୁଇକେଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ମନୋନୀତ କରିଥିଲେ ପରେ ଲଗାତାର ଭାବେ ଶ୍ରୀ ମହାନନ୍ଦକୁ କୁଇକେଡା ପଞ୍ଚାୟତ ଲୋକେ ତିନିଥର ସରପଞ୍ଚ ଭାବେ ମନୋନୀତ କରିଥିଲେ ଶେଷ ଥର ପାଇଁ ୨୦୧୨ ମସିହାରେ କୁଇକେଡା ପଞ୍ଚାୟତ ଦେବରାଜ ମହାନନ୍ଦକୁ ସରପଞ୍ଚ ଭାବେ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ୨୦୧୨ ମସିହାରେ ଶ୍ରୀ ମହାନନ୍ଦ ସରପଞ୍ଚ ହୋଇ ପଞ୍ଚାୟତର ଅନେକ ବିକଶିତ କାର୍ଯ୍ୟ କରିଥିବା ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ଚଳିତ ବର୍ଷ କୁଇକେଡା ସରପଞ୍ଚ ପଦବୀ ଆସନ ଅଣସଂରଣକ୍ଷିତ ରହିଥିବା ବେଳେ ଦେବରାଜ ମହାନନ୍ଦ ପୁଣିଥରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

jay balangir
Leave A Reply

Your email address will not be published.

seventeen − three =