csstore

ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ : ଚୁହୁରାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୁତମୁଣ୍ଡା ଗ୍ରାମରେ ସ୍ପୋଟର୍ସ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ଚାଲିଥିବା ୨ୟ ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଚୁହୁରାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ ହୋଇଛି । ଢେଙ୍କିମୁଣ୍ଡା ଓ ଚୁହୁରା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଢେଙ୍କିମୁଣ୍ଡା ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବିଜୟ ସାହୁ ୩୬ ଓ ଦିଲ୍ଲୀପ ତାଣ୍ଡି ୨୭ ରନ ସଂଗ୍ରହ କରିଥିଲେ । ୯୫ ରନ ବିଜୟ ଲକ୍ଷ୍ୟ ନେଇ ଚୁହୁରା ଦଳ ୧୮ ରନ ପରାଜିତ ହୋଇଥିଲା । ଅମ୍ପାୟର ସରଜୁ ବାରିକ ଓ ନେପାଳ ମାଝୀ ଖେଳ ପରିଚାଳନା କରିଥିଲେ । ଭରତ ଧରୁଆ ଓ ନିରାକାର ନାୟକ ସ୍କୋରର ଥିବାବେଳେ ବେଳେ ସୁଶାନ୍ତ ଖୁମୁରୀ, ସନ୍ତୋଷ ପଣ୍ଡା ଓ କୈଳାସ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଓସିଏ ଉପସଭାପତି ସରୋଜ ସାହୁ(ଭୈରବ), ପ୍ରୀତେଶ ବହିଦାର, ପ୍ରକାଶ ନାୟକ, କସ୍ତୁବ ସାହୁ, ନୂଆପଡ଼ା ସୁଧିର ମିଶ୍ର, ଗ୍ରାମ୍ୟ କମିଟି ସଭାପତି ସୁବାସ ଚନ୍ଦ୍ର ମହାନ୍ତି, ଲବ ପଟେଲ, ଜଗଦିଶ ନାୟକ, ପରମାନନ୍ଦ ପ୍ରଧାନ, ସତାର ମାଝୀ, ଦିଲ୍ଲୀପ ବଢେଇ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳ ଟ୍ରଫି ସହ ନଗଦ ୧୦,୦୦୦ ଓ ରନର୍ସ ଦଳକୁ ଟ୍ରଫି ସହ ୬୦୦୦ ଟଙ୍କା ପ୍ରଦାନ କରିଥିଲେ । ବିଜୁ ସାହୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ବିହାରୀ ପଟେଲ, ଅଜିତ ପ୍ରଧାନ, ରୂପାନନ୍ଦ ବଢେଇ, ଟୁକୁ ମହାନ୍ତି, ଚକ୍ରଧର ପ୍ରଧାନ, ଜୟକାନ୍ତ ମାଝୀ, ଜିବେଲାଲ ନାୟକ, ସୌମ୍ୟ ରଞ୍ଜନ ମହାନ୍ତି, ଅମିୟ ପ୍ରଧାନ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.