pakka

ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗଠିତ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସରପଞ୍ଚ ଆଲୋଚନାରେ ଅଂଶଗ୍ରହଣ କରି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ । ସମସ୍ୟା ସମାଧାନ କିପରି ହୋଇପାରିବ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବ ସେ ବିଷୟରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଂଘର ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିବା ବେଳେ ଉପସଭାପତି ଶରତ କାଲୋ, ସମ୍ପାଦକ ରାମଚନ୍ଦ୍ର ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଭ୍ୟ/ସଭ୍ୟା ଭାବେ ଭୀଷ୍ମଦେବ ପ୍ରଧାନ, ପହିଲମାନ ସିଂ ବରିହା, ପୁଷ୍ପାଞ୍ଜଳି ବରିହା ମନୋନୀତ ହୋଇଥିଲେ ।

Leave A Reply

Your email address will not be published.

four − 2 =