pakka

ସଇଁତଲା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୩୧ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସର ପଂଚମ ସୋମବାର ଆସନ୍ତା ୩୦ ତାରିଖ ଦିନ ସରକାରୀ ଛୁଟି ଦିବସ ହୋଇଥିବାରୁ ତା’ ପରଦିନ ଅର୍ଥାତ ୩୧ ତାରିଖ ମଙ୍ଗଳବାର ଦିନ ସକାଳ ୮ ଘଟିକା ସମୟରେ ସଇଁତଲା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଂଚଳର ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗମୂଳକ ସମସ୍ୟା ମାନ ଜଣାଇ ପାରିବେ । ଏଥିରେ ଜିଲ୍ଲା ସ୍ତରୀୟ ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନ ସାଧାରଣଙ୍କ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ଗୁଡ଼ିକର ଶୁଣାଣି କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସଂପୃକ୍ତ ଅଂଚଳର ଜନସାଧାରଣ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.

thirteen − 2 =