କୁଟାସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି

  • ୯୫ ଜଣ ଛାତ୍ରଛାତ୍ରୀରେ ମାତ୍ର ୩ଜଣ ଶିକ୍ଷକ
  • ଦାବି ପୂରଣ ନ ହେଲେ ଆନ୍ଦୋଳନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା)ବ୍ଲକ ଅନ୍ତର୍ଗତ କୁଟାସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ତା ଶୋଚନୀୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୯୫ ଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାତ୍ର ତିନି ଜଣ, ପ୍ରଧାନ ଶିକ୍ଷକ ପଦବୀ ବହୁ ଦିନରୁ ଖାଲି ରହିଥିବାରୁ ଜଣେ ସହକାରୀ ଶିକ୍ଷୟିତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ପୁଣି ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକାଂଶ ସମୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁ ଥିବାରୁ ସ୍କୁଲର ପିଲାଙ୍କୁ ପାଠପଢା କାମ ପୁରା ବନ୍ଦ କହିଲେ ଚଳେ ବୋଲି ସ୍କୁଲ ପରିଚାଳନା କମିଟି ଦୃଢ଼ ଅଭିଯୋଗ କରିଛନ୍ତି । ଏମିତି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପାଇଁ କିଛି ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼େଇବାକୁ ଉଚିତ୍‌ ମନେକରିବା ଶୁଣିବାକୁ ମିଳୁଛି । ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ପାଇଁ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କୁ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ । ଯେତେ ଅଭିଯୋଗ କଲେ ମଧ୍ୟ୍ୟ କିଛି ପଦକ୍ଷେପ ନେଉନଥିବା ସ୍କୁଲ ପରିଚାଳନା କମିଟି କହିଛନ୍ତି । ତେଣୁକରି ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସ୍କୁଲ ପରିଚାଳନା କମିଟି ତଥା ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.

14 − nine =