
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଁଲ ଠାରେ ଏକ ଦିବସୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ହିଆଲଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି, ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ, ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ପ୍ରଦର୍ଶନୀକୁ ଅତିଥିମାନେ ଫିତା କାଟି ଆରମ୍ଭ କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ରାଜେଶ ସିଂଦେଓ ଓ ସୁଶାନ୍ତ କୁମାର ସାହୁ ବାଲ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଦର୍ଶିତ କୋଡିଏରୁ ଅଧିକ ପ୍ରକଳ୍ପକୁ ପରିଦର୍ଶନ କରି କନିଷ୍ଠ ବିଭାଗରୁ ପାଞ୍ଚ ଓ ବରିଷ୍ଠ ବିଭାଗରୁ ପାଞ୍ଚ ସମୁଦାୟ ଦଶଗୋଟି ପ୍ରକଳ୍ପକୁ ବାଛିଥିଲେ । ଉଦ୍ଯାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ଶମ୍ଭୁପ୍ରସାଦ ବିଶି, ଆନନ୍ଦ ମିର୍ଦ୍ଧା, ନରହରି ମେହେର, ଖିରୋଜ ମାଝୀ, ରିନି ସାହୁ, ମମିତା ସାହୁ, ଆରତୀ ସାହୁ, ଲତାମଣି ସ୍ୱାଇଁ, ମମତା ପଣ୍ଡା, ମଧୁମତି ଦୀପ, ଯଶୋବନ୍ତୀ ମାଝୀ, ସୁଜାତା ସେଠୀ, ଜ୍ୟୋତ୍ସ୍ନା ବରିହା, ସାବିତ୍ରୀ ସୁନାନୀ, କ୍ଷୀରବତି ମାଝୀ ସହଯୋଗ କରିଥିଲେ ।