csstore

ସିନେମା ଷ୍ଟାର୍ ଶାନ୍ତି ସ୍ୱରୂପ ମିଶ୍ରଙ୍କର୍ ସରଗବାସ୍

ସମ୍ବଲପୁର, (କେପିଏନ୍ଏସ୍) : ସିଆନ୍ ସିନେମା ଷ୍ଟାର୍, ସମ୍ବଲପୁରର ଗୌରବ୍, ‘ମନ ଆକାଶ’୧୯୭୪, ‘କୃଷ୍ଣ ସୁଦାମା’୧୯୭୬ ସିନେମାର ହୀରୋ, ଝାଡୁଆପଡା ମୂଲ୍ ନିବାସୀ, ଫାଟକ୍, ମଡ଼ର୍ନ ଲଜ଼୍’ର ମାଲିକ ଶାନ୍ତି ସ୍ୱରୂପ ମିଶ୍ର(ଟିକୁ)ଙ୍କର୍ ୭୪ ବରଷ୍ ବୟସ୍’ଥି ଫାଟକ୍ ଘରେ ସରଗବାସ ହେଇ ଯାଇଛେ। ତାଙ୍କର ଦୁଇଟା ଝି’, ଗୁଟେ ପୋ’। ଗୁଟେ ଝି ବିଦେଶ ଥି ଆର୍ ଗୁଟେ ଝି’ ମୁମ୍ବାଇନେ ରହୁଥିଲେ। ମୁମ୍ବାଇ ନୁ ଆସିକରି ୨୫ ତାରିଖ ପୁହୁଁଚୁଛନ୍। ତାଙ୍କର ବାପା ରାହସବିହାରୀ ମିଶ୍ର ଝନେ ବି କଲାକାର୍, ଗୀତିକାର, ସଂଗଠକ ଥିଲେ । ତାଙ୍କର ସାମିଆଁ ଗୁଡିର ‘ଚନ୍ଦନ ଯାତ୍ରା’ ସୁରୁ କରି ବହୁତ ବରଷ୍ ଚଲେଇ ରଖବାର୍ ଶ୍ରେୟ ରହିଥିଲା । ତାଙ୍କର ଝାଡୁଆପଡା-ସହସିଆପଡ଼ା-ପଟ୍ଟନାୟକ ପଡ଼ାର୍ ଘରେ ‘ଓଡିଶା ସାଂସ୍କୃତିକ ସମାଜ’ ଅଫିସ୍ ଘର ହେଇଥିଲା। ତାଙ୍କର୍ ଘରେ ସଙ୍ଗୀତ୍ ଶିକ୍ଷା କେନ୍ଦ୍ର ଭି ଥିଲା। ସେ ନିଜେ ‘ମନ ଆକାଶ’ ସିନେମାର ପ୍ରଯୋଜନା ସାଙ୍ଗେ ଗୁଟେ ସମ୍ବଲପୁରୀ ଗୀତ୍ ଭି ଲେଖିକରି ରଖିଥିଲେ । “ବୁହୁଛେ ହୁର ହୁରିଆ ଧୁକା…ଫୁଟିଛେ ଫୁଲ୍ ଝୁମ୍ପା ଝୁମ୍ପା” କେତେନି ସୁରୁତ୍ ହେଇ ଥିଲା। ‘କୃଷ୍ଣ ସୁଦାମା’ ସିନେମାଥି କୃଷ୍ଣ ପାଟ୍ କରି ନାଁ କରିଥିଲେ। ପଛେ ଆର୍ କେତେଟା ଅଧାତିଆ ଫିଲ୍ମ୍ ଥି ଭି ଥିଲେ। ପଛେ ‘ମଡ଼ର୍ନ ଲଜ଼’ ମାଲିକ୍ ଭାବେ ଜିଏମ୍ କଲେଜର୍ କେତନି କେତେ ପିଲାକୁ ଭଡ଼ା ଘରେ ରଖି, ଅକାଲେ ଦୁକାଲେ ସାହାପଟ୍ ଭି ହଉଥିଲେ। ସେ ସମିୟାର ସବୁ ଅଭିନୟ ଆର୍ ସାଂସ୍କୃତିକ କାର୍ଯ୍ୟକ୍ରମ ଥି ସେ ସକ୍ରିୟ ରହୁଥିଲେ। ଘର ବାଡିର ଝମେଲା ଥି ତାଙ୍କର ଉପରେ ଥରେ କିଛି ବରଷ୍ ଆଘୋନୁ ଗୁଲି ମରା ହେଇଥିଲା। ଗୁଲି ବାଜି ଥିଲେ ଭି ସେ ରକତ ଝୋଲଖୋଲ ହେଇ ନିଜର୍ ଜୀବନ୍ ବଞ୍ଚେଇ ପାରିଥିଲେ। ୨୫ ତାରିଖ୍ ୨ ନୁ ୪ ବଜେ ଆଡ଼େ, ତାଙ୍କର୍ ଝି’ ପୁଂହୁଁ ଚିଲା ଉତାରୁ ସମ୍ବଲପୁରର୍ ରାଜ୍’ଘାଟ୍ ଠାନେ ତାଙ୍କର ଶେଷ୍ କ୍ରିୟା ହେବା ବଲି କୁହାଯାଇଛେ ।

jayashree
Leave A Reply

Your email address will not be published.