csstore

ଜାତୀୟ ବାଳିକା ଦିବସ ଅବସରରେ ଘାସିରାମ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଠାରେ ଜାତୀୟ ବାଳିକା ଦିବସ ପାଳନ ଅବସରରେ ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରୁଗୁଡିପାଲିକୁ ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ପରିଚିତ କରେଇବାରେ ତାଙ୍କର ଅବଦାନ ପାଇଁ ଗ୍ରାମବାସୀଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଏକ ସାମାଜିକ ଆନ୍ଦୋଲନର ରୂପ ନେଇଥିବା ବାଲ୍ୟ ବିବାହ ମୁକ୍ତ ଗ୍ରାମ ଅଭିଯାନ ବର୍ଷେ ତଳେ ଏହି ଘାସିରାମ ପଣ୍ଡାଙ୍କ ଦ୍ଵାରା ଓ ଅଙ୍ଗନୱାଡି କର୍ମୀ ଗୀତାଂଜଳି ରଣାଙ୍କ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲାର ରୁଗୁଡିପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପରେ ବିଭିନ୍ନ ଜିଲ୍ଲାରେ ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ କରାଯାଇ ଏହି ପ୍ରକ୍ରିୟାର ଏବେ ଶୁଭାରମ୍ଭ କରାଯାଇଛି ।

୨୦୧୯ ମସିହାରେ ରୁଗୁଡିପାଲିରେ ହେବାକୁ ଥିବା ସମସ୍ତ ବାଲ୍ୟ ବିବାହକୁ ସଫଳତାର ସହ ବନ୍ଦ କରାଯାଇ ପାରିଥିଲା । ଫଳ ସ୍ବରୂପ ୬ ଜାନୁୟାରୀ, ୨୦୨୦ ସୁବର୍ଣ୍ଣପୁର ଜିଲାପାଳ ଶ୍ରୀମତୀ ମୋନିଷା ଚାଟାର୍ଜୀଙ୍କ ଦ୍ଵାରା ରାଜ୍ଯର ପ୍ରଥମ ବାଲ୍ଯ ବିବାହ ମୁକ୍ତ ଗ୍ରାମ ଭାବରେ ରଗୁଡିପାଲି ଘୋଷିତ ହୋଇଥିଲା । ଗୁର୍ଡିପାଲିର ମହିଳା ଓ ଶିଶୁ ବିକାଶ ବିଭାଗ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏହି କାର୍ଯକ୍ରମରେ ଜିଲ୍ଲା ଜମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧକାରୀ ଚତୁର୍ଭୂଜ ଦାଶ, ଏକ୍ସନ ଏଡର ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ଆଇନଜୀବୀ ସ୍ବାଧୀନ ମେହେର, ମୟୁରଉଡାନ ଗ୍ରାମପଞ୍ଚାୟତ ସରପଂଚ ଯୋଗଦେଇଥରବା ବେଳେ ଶ୍ରୀମତୀ ଗୀତାଂଜଳି ରଣା ସଭା ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.