pakka

ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

bbehera

ଫୁଲବାଣୀ : ଜିଲ୍ଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ୨୪ଟି ଲ୍ୟାମ୍ପସ ସହିତ ଅନ୍ୟ ସମବାୟ ସମିତିର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ସମବାୟ ସଂଘର ପରିଚାଳନା ପରିଷଦ ଓ ଲ୍ୟାମ୍ପସର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରିବାକୁ ରାଜ୍ୟ ସଂଗଠନକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା । ଏହି ଅବସରରେ ଜିଲା ସମବାୟ ସଂଘର ଉପସଭାପତି କିଶୋର ନାୟକ, ବୋର୍ଡ ଅଫ ଡାଇରେକ୍ଟର୍ସ ବୁଡୁ ଦିଗାଲ, ଜମେଶ ମଲିକ, କୃଷ୍ଣଚନ୍ଦ୍ର କହଁର ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 − 2 =