csstore

ଟିଟିଲାଗଡ ରେଳ ଓଭର ବ୍ରିଜର ରେଳ ଲାଇନ ଉପର ଦୁଇଟି ଖୁମ୍ୱର ଜଳୁନି ଲାଇଟ : ଅନ୍ଧାର ଯୋଗୁଁ ଲୋକେ ହଇରାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଓଭର ବ୍ରିଜ ଦେଇ ଏବେ ସହର ବାହାରକୁ ଯିବା ଆସିବା କରିବା ପାଇଁ ବହୁତ ଲୋକ ନିର୍ଭର କରୁଛନ୍ତି । ଓଭର ବ୍ରିଜ ଉପରେ ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍‌ ଖୁମ୍ବର ଲାଇଟ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥାଚାରୀ, ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯେପରିକି ରେଳ ଲାଇନ ଉପରେ ଥିବା ବ୍ରିଜର ପାଣି ତଳକୁ ଯିବା ପାଇଁ ଖାଲ ରହିଛି, ସେହି ଖାଲରେ ପାଦ ପଡ଼ିଯିବା ଯୋଗୁଁ ଲୋକ ପଡ଼ି ଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଟିଟିଲାଗଡ ରେଳ ଓଭର ବ୍ରିଜକୁ ସଂଧ୍ୟା ହେଲେ ବହୁତ ପରିବାର ନିଜର ଛୁଆ ପିଲାଙ୍କୁ ଧରି ବୁଲିବାକୁ ଆସୁଛନ୍ତି, ଦୁର୍ଗା ପୂଜା ଆରମ୍ଭ ମଧ୍ୟ ହେଲାଣି, ଅନ୍ଧାରୁଆ ହେଲେ ଚୋରଙ୍କୁ ଚୋରି କରିବାରେ ସୁବିଧା ହେବ, ସେଥିପାଇଁ ଯଥା ଶୀଘ୍ର ଏହି ଲାଇଟ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.