pakka

ସଇଁନ୍ତଲା ପୋଲିସକୁ ମିଳିଲା ବଡ ସଫଳତା : ସେଲମା ଗ୍ୟାଙ୍ଗଷ୍ଟାର ଏବେ ପୋଲିସ ହାତରେ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖ ଦିନ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରି ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ନେଇଥିବା ଅଜିତ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ଓ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଘଟଣା ସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ପରେ ଅପରାଧୀମାନଙ୍କୁ ଧରିବା ପାଇଁ ବଲାଙ୍ଗିର ଏସ୍‌ପି ନିତିନ କୁଶଳକରଙ୍କ ନେତୃତ୍ୱରେ ଟିଟିଲାଗଡ଼ ଏସ୍‌ଡ଼ିପିଓ ଶ୍ରୀ ଶତପଥୀ, ଟିଟିଲାଗଡ଼ ଥାନ ଅଧିକାରୀ ରଞ୍ଜନ କୁମାର ବରିହା, ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗୀତା ବେକ, ଏସ୍‌ଆଇ ଥବିର ମହାରଣା, କାର୍ତିକ ପ୍ରଧାନ, ଦୀନବନ୍ଧୁ ମୁଦୁଲି, ପ୍ରମୋଦ କହ୍ନର ସଂକୀର୍ତ୍ତନ ପୁଟେଲ ଓ ଏମ୍‌କେ ଭୋଇଙ୍କୁ ନେଇକି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ସ୍ଵନ୍ତ୍ରତ୍ର ଟିମ୍‌ ଘଟଣା ସମ୍ପର୍କରେ ତଦାରଖ କରିବା ସହ କଡା ପେଟ୍ରୋଲିଂ କରୁଥିଲା । ତେବେ ଗତ କାଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ବେଳଗାଁ ହାଇସ୍କୁଲ ଖେଳ ପଡିଆରେ କିଛି ବ୍ୟକ୍ତି ସଶସ୍ତ୍ର ଡକାୟତି କରିବା ପାଇଁ ଆଲୋଚନା କରୁଥିବା ବେଳେ ସେମାନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା । ତେବେ ସେମାନଙ୍କୁ ଠାରୁ କିଛି ମାରଣାସ୍ତ୍ର ଜବତ କରିବା ସହ ଥାନାକୁ ଆଣି ପଚରାଉଚରା କରିଥିଲା । ତେବେ ପଚରା ଉଚରା ପରେ ଉକ୍ତ ବ୍ୟକ୍ତିମାନେ ଡୁଙ୍ଗୁରିପାଲିର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଡକାୟତି କରିଥିବା ସ୍ୱୀକାର କରିଥିଲେ । ଅଭିଯୁକ୍ତମାନେ ହେଲେ ଟିଟିଲାଗଡ଼ ଥାନା ବେଳପଦର ଗ୍ରାମର ଯୋଗେନ୍ଦ୍ର ସେଲମାଙ୍କ ପୁଅ ନାଥ ସେଲମା(୪୦), ଲେସୁନ ବାହାଳି ଗାଁର ଦୟାନିଧି ତାଣ୍ଡିଙ୍କ ପୁଅ ମଣ୍ଟୁ ତାଣ୍ଡି(୨୨), ବଛାଯୁଗା ଗାଁର ଅର୍ଜୁନ ଭୋଇଙ୍କ ପୁଅ ଭୂପତି ଭୋଇ(୨୦), ଲେସୁନବାହାଳି ଗାଁର ମେରି ତାଣ୍ଡୀଙ୍କ ପୁଅ କାଳିଆ ତାଣ୍ଡି(୪୧), ବଛାଯୁଗା ଗାଁର ବୁଧୁ ପରା ଭୋଇଙ୍କ ପୁଅ ପ୍ରଦୀପ ଭୋଇ(୨୨), କପସିଭଟା ଗାଁର ପ୍ରତି ବିଭାରଙ୍କ ପୁଅ ଜୟ ବିଭାର(୩୫), ବଛାଯୁଗା ଗାଁର ପଞ୍ଚୁ ଭୋଇଙ୍କ ପୁଅ ଅର୍ଜୁନ ଭୋଇ(୫୦), ସଇଁନ୍ତଲା ବ୍ଳକ ଯୁବାମାଲ(ଚାହାର ଭଟା) ଗାଁର ନିର୍ମଳ ରଣାଙ୍କ ପୁଅ ମନ ଗୋବିନ୍ଦ ରଣା(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଇଁନ୍ତଲା ପୋଲିସ । ଏମାନଙ୍କଠାରୁ ଦୁଇଟି ଠେଙ୍ଗା, ଦୁଇଟି ବଡ଼ ରଡ଼, ଏକ ମରିଚ ପାଉଡର, ଏକ ବନ୍ଧୁକ, ଦୁଇ ମାରଣାସ୍ତ୍ର, ୩ଟି ବାଇକ, ୬ ହଜାର ଟଙ୍କା, ୮ ମୋବାଇଲ ଫୋନ, ଏକ ସୁନା ହାର, ରୁପା ଭଳି ଅନେକ ଡାକାୟତିରେ ବ୍ୟବହାର କରାଯାଉ ଥିବା ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ । ଏହି ଅଭିଯୁକ୍ତମାନଙ୍କ ନାଁରେ ନୂଆପଡା ଜିଲ୍ଲା ଖରିଆଡ଼ ଥାନା, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା, କେସିଙ୍ଗା ଥାନା, କେଗାଁ ଥାନା, ଟିଟିଲାଗଡ଼ ଥାନା, ସଇଁନ୍ତଲା ଥାନାରେ ଅନେକ ମାମଲା ରୁଜୁ ହୋଇ ଥିବା ସହ ଡ଼କାୟତି କରି ଜେଲ ମଧ୍ୟ ଯାଇଥିବା ଜଣାପଡିଛି । କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଡ଼କାୟତି କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ବେଳେ ସଇଁନ୍ତଲା ଅଞ୍ଚଳରେ ପୁଣି ଡ଼କାୟତି କରିବାର ଯୋଜନା ପ୍ରସ୍ତୁତ କରିଥିବାର ମଧ୍ୟ ଜଣାପଡିଛି । ତେବେ ଏହି ଅଭିଯୁକ୍ତମାନଙ୍କ ମୁଖ୍ୟ ସହଯୋଗୀ ମୁନା ରଣା ବୋଲି ପୋଲିସ ପ୍ରକାଶ କରିଛି । ଏମାନଙ୍କଠାରୁ ଅଧିକ ଜାଣିବା ପାଇଁ ରିମାଣ୍ଡରେ ପୁଣି ଥରେ ପୁଲିସ ଆଣିପାରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 3 =