pakka

ସଦର ବ୍ଲକ ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାର ପାଇଁ ଭୋଟ ଭିକ୍ଷା କଲେ ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଘରକୁ ଘର ଯାଇ ଜୋନ ୨୨ର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାରଙ୍କ ସହିତ ସଦର ବ୍ଲକ ଅନ୍ତର୍ଗତ ଛତ୍ରିପାଲି, ଡୁଡୁକାଶିରା, ଝାଙ୍କରପାଲି, କୁଟୁମଡୋଲା, ସିଆଲବାହାଲି, ବାନ୍ଧନଘୋର, ହରିପାଲି, ଖୁଣ୍ଟପାଲି ଓ ହର୍ଡାଟାଲ ଆଦି ଗ୍ରାମରେ ଜନସଂପର୍କ ଅଭିଯାନ କରି ବିଧାୟକ ଶ୍ରୀ ମିଶ୍ର ପୁଣି ଥରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ଯେ, ଉଭୟ ସରକାର ଜନସଂଖ୍ୟାର ଅଧ ଭାଗ ଥିବା ନାରୀଙ୍କୁ ଉଚିତ୍‌ ନ୍ୟାୟ ଦେଇ ପାରିନାହାନ୍ତି । ନାରୀମାନଙ୍କ ଶିକ୍ଷା ଓ ସୁରକ୍ଷା ବଡ ପ୍ରଶ୍ନବାଚୀ ହୋଇ ରାଜ୍ୟ ଓ ଦେଶରେ ଉଭା ହୋଇଛି । ଏପରିକି ଆମ ରାଜ୍ୟ ଓଡିଶା ଜନସଂଖ୍ୟା ଅନୁସାରେ ନାରୀ ନିର୍ଯ୍ୟାତନାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ସାରିଛି । କିନ୍ତୁ ଅନ୍ଧ ବଧିର ସରକାରଙ୍କ ଏଯାଏଁ ଚେତା ପଶି ନାହିଁ । ଓଲଟା ମମିତା ମେହେର ଭଳି ବିଭିନ୍ନ ଘଟଣାରେ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ଅଛନ୍ତି । ସେହିପରି ଅତ୍ୟାବଶକୀୟ ସାମଗ୍ରୀମାନଙ୍କର ଦରଦାମ୍‌ ବୃଦ୍ଧି ନାରୀଙ୍କ ପାଇଁ ଘର ପରିବାର ଚାଳାଇବାରେ ମୁଣ୍ଡ ବ୍ୟଥା ପାଲଟିଛି । ଆହୁରି ଅଞ୍ଚଳରେ ଥିବା ବହୁ ଦିନର ସମସ୍ୟା ଯଥା କୃଷି, ରାସ୍ତାଘାଟ, ଜଳସେଚନରେ ଉନ୍ନତି ତଥା ଅଞ୍ଚଳର ଯୁବକମାନଙ୍କ ରୋଜଗାର ପାଇଁ ଉଭୟ ସରକାର କୌଣସି ଠୋସ ପଦକ୍ଷେପ ଗ୍ରହଣ କରି ନାହାନ୍ତି । କୃଷକର ସ୍ୱାର୍ଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଭୟ ବିଜେପି ଓ ବିଜେଡି ଦଳ ଆମ ଅଂଚଳର ଚାଷୀଙ୍କ ଧାନର ସର୍ବନିମ୍ନ ମୂଲ୍ୟ ଦେବାର ଦୂରର କଥା କ୍ୱିଣ୍ଟାଲ ପିଛା ଧାନ କିଣିଲା ବେଳେ ୫ ରୁ ୧୦ କେଜି ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି । ଜଳସେଚନ ନାଁରେ ଉଭୟ ସରକାର ଭୁଆଁ ବୁଲାଉଛନ୍ତି । ତା’ଛଡା ସରକାର ଆପଣଙ୍କ ସ୍ଥାନୀୟ ସମସ୍ୟାମାନଙ୍କର ମଧ୍ୟ ଏଯାଁଏ କୌଣସି ସମାଧାନ ବାହାର କରିପାରି ନାହାନ୍ତି । ତେବେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରର ଜନବିରୋଧୀ କାର୍ଯ୍ୟକଳାପର ଜବାବ ଦେବାର ଏବେ ଉଚିତ୍‌ ସମୟ ଆସିଛି । କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ତଥା ରାଜ୍ୟରେ ଥିବା ବିଜୁ ଜନତା ଦଳର ନେତାମାନଙ୍କ ମିଥ୍ୟା ପ୍ରତିଶୃତି ପ୍ରତ୍ୟାକ୍ଷାନ କରି ୨୨ନଂ ଜୋନ ସଦର ବ୍ଲକ ପାଇଁ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି ।

2 Comments
  1. ROHIT KUMBHAR says

    Good job

    1. Koshala Prabaha says

      thanks

Leave A Reply

Your email address will not be published.

10 + 19 =