pakka

ପଞ୍ଚାୟତ ଇଲେକ୍ସନ : ସଂଗୀତ କଳାକାରଙ୍କ ପାଇଁ ଖୁସି ଆଣିଦେଲା ନିର୍ବାଚନ, ଦୁଲୁକୁଛି ଷ୍ଟୁଡିଓ

bbehera

ନୂଆପଡା, (ନିରାକାର ମେହେର) : କରୋନା ମହାମାରୀର କରାଳ ରୂପରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଯାତ୍ରା କଳାକାର, ମଞ୍ଚ କଳାକାର, ଗୀତିକାର, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ବେଶ୍‌ ପ୍ରଭାବିତ ହୋଇଛନ୍ତି । କାରଣ ଯାତ୍ରା ପରିବେଷଣ, ଷ୍ଟୁଡିଓରେ ଗୀତ ରେକଡିଂ ସବୁ ବନ୍ଦ ଥିଲା । ଏବେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ବିଗୁଲ ବାଜିବା ପରେ କଳାକାରଙ୍କ ମୁହଁରେ ହସ ଫୁଟିଛି । ନିର୍ବାଚନ ମଇଦାନରେ ଓହ୍ଲାଇଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଲୋକଙ୍କୁ ଆକୃଷ୍ଟ କରି ଭୋଟ ହାତେଇବା ପାଇଁ ଆକର୍ଷଣୀୟ ଗୀତ ରେକଡିଂ କରୁଛନ୍ତି । ଫଳରେ ସ୍ୱଳ୍ପ ରୋଜଗାର ପାଇଛନ୍ତି କଳାକାର । ଏନେଇ ସିନାପାଲିସ୍ଥିତ ସ୍ବର ସଙ୍ଗମ କଳାପରିଷଦ ରେକଡିଂ ଷ୍ଟୁଡିଓରେ କଳାକାରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

19 − six =