jsm

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟାଙ୍ଗଣାପଲ୍ଲୀ ଗ୍ରାମର ଶୁଭାଶିଷଙ୍କ ସଫଳତା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ସ୍ଥିତ କୃଷ୍ଣଚନ୍ଦ୍ର ନଗରଢ଼ିହ ଗ୍ରାମର ଶୁଭାଶିଷ ଶତପଥୀଙ୍କ ସଫଳତା ଲାଭ ନେଇ ଉକ୍ତ ଗ୍ରାମବାସିନ୍ଦା ଖୁବ ଖୁସିବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଶୁଭାଶିଷ ୬୨ ନମ୍ବର ସ୍ଥାନରେ ସଫଳ ହୋଇଛନ୍ତି । ଶୁଭାଶିଷ କୃଷ୍ଣଚନ୍ଦ୍ର ନଗରଢ଼ିହ ଗ୍ରାମରେ ବାଲ୍ୟଶିକ୍ଷା ଲାଭ କରିବା ପରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ହାଇସ୍କୁଲରେ କୃତିତ୍ୱର ସହ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଉକ୍ତ ହାଇସ୍କୁଲ ଶିକ୍ଷା ସାମାପ୍ତି ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ବିଭିନ୍ନ ସ୍ଥାନରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।
ପ୍ରକାଶ ଥାଉକି, ଛତ୍ରପୁର ବ୍ଲକ ଅନ୍ତର୍ଗତ ଦୁଆନପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଅଧୂନା କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା କୃଷ୍ଣଚନ୍ଦ୍ର ନଗରଡିହ ନିବାସୀ କୈଳାଶ ଚନ୍ଦ୍ର ଶତପଥୀଙ୍କ ଶୁଭାଶିଷ ଏକ ମାତ୍ର ପୁତ୍ର ଅଟନ୍ତି । ଶୁଭାଶିଷ ଜଣେ ମେଧାବୀ ଛାତ୍ର । ତତ୍କାଳୀନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ଟାଙ୍ଗଣାପଲ୍ଲୀ ହାଇସ୍କୁଲର ପୂର୍ବତନ ଛାତ୍ର ସଂସଦର ସଭାପତି ଗଦାଧର ରାଉଳ, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ବିଷୋୟୀ, ସଂପାଦକ କାମରାଜୁ ମହାରଣା, ଯୁଗ୍ମ ସଂପାଦକ କୈଳାଶ ବେହେରା ଓ ଅନିଲ୍ କୁମାର ବିଷୋୟୀଙ୍କ ସମେତ ସମସ୍ତ ସଭ୍ୟ ବୃନ୍ଦ ତଥା ମୁରଲୀ ଧର ସ୍ୱାଇଁ, ଅନିଲ୍ କାନ୍ତ ମହାରଣା, ସନ୍ତୋଷ କୁମାର ସାହୁ, ବକୃଷ୍ଣଚନ୍ଦ୍ର ସାହୁ, ବସନ୍ତ କୁମାର ରାଉଳ, ସନ୍ତୋଷ କୁମାର ନନ୍ଦ ପ୍ରମୁଖ ଖୁସିବ୍ୟକ୍ତ କରିବା ସହ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଜଣେ ସୁଦକ୍ଷ ପ୍ରଶାସକ ଭାବେ ଗଢ଼ିତୋଳିବାକୁ ଓ ନିଜକୁ ସଚ୍ଚୋଟ ଭାବେ ପ୍ରତିଷ୍ଠିତ କରିବା ପାଇଁ ଗ୍ରାମ୍ୟ ସମାଜ ଅନୁରୋଧ କାମନା କରିଛନ୍ତି ।

yuvodaya
Leave A Reply

Your email address will not be published.