csstore

ଅଷ୍ଟମ ବାଟାଲିୟନ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଇଲାକାରେ ରହିଥିବା ଛତ୍ରପୁର ଓ ଏସଓପି ଅଷ୍ଟମ ବାଟାଲିୟନର ହାବିଲଦାର ଓ ସିପାହୀ ଶାଖାର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ବାଟାଲିୟନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଟାଲିୟନ କମାଣ୍ଡେଣ୍ଟ ସୂର୍ୟ୍ୟନାରାୟଣ ମଲିକ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଥିଲେ । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରା ଯୋଗଦେଇ ନୂତନ କର୍ମକର୍ତ୍ତା ଶପଥ ପାଠ କରାଇଥିଲେ । ସଭାପତି ଅଜିତ କୁମାର ରଥ, ଉପସଭାପତି ତ୍ରିଲୋଚନ ଦାଶ,ସମ୍ପାଦକ ମରୁତ କୁମାର ପରିଡା, କୋଷାଧ୍ୟକ୍ଷ ଶୁରେଶ ଗୌଡ଼, ସହ ସମ୍ପାଦକ ଦୀପକ କୁମାର ଚୌଧୁରୀ ଓ ଅଶ୍‌ଶ୍ୱିନୀ ନାୟକ, କାର୍ୟ୍ୟକାରିଣୀ ସଭ୍ୟ ଜୟଜିତ ପ୍ରଧାନ, ଦଣ୍ଡାସି ସେଠି, ସୁମନ ଗୌଡ଼, ଡି.ସନ୍ତୋଷ ପ୍ରଧାନ, ଅରକ୍ଷିତ ପ୍ରଧାନ, ଜି.ସୁଦାମ ପ୍ରଧାନ ସିଏସି ମେମ୍ବର ଅଜିତ କୁମାର ଗୌଡ଼ ପ୍ରମୁଖ ନୂତନ କର୍ମକର୍ତା ଶପଥ ଗ୍ରହଣ କରିବା ସହ ହାବିଲଦାର ଓ ସିପାହୀ ମାନଙ୍କ ସାମୁହିକ ସ୍ୱାର୍ଥ ନିମନ୍ତେ କାର୍ୟ୍ୟ କରିବେ ବୋଲି ଶପଥ କରିଥିଲେ । ଉକ୍ତ ସମାରୋହରେ ପୋଲିସ ମହାସଂଘ ପକ୍ଷରୁ ପଞ୍ଚାନନ ବେହେରା, ବ୍ରହ୍ମପୁର ପୋଲିସ ଜିଲ୍ଲା ସଭାପତି କାଲି ଚରଣ ଷଢଙ୍ଗୀ, ଛତ୍ରପୁର ସଭାପତି ଏ. ଜାଲ୍ଲୀ, କୋରାପୁଟ ସଭାପତି ଜଗନ୍ନାଥ ବେହେରା, ଥାର୍ଡ ଓଏସଏପି ସଭାପତି ଜୟରାମ ପୂଜାରୀ ଓ ଏସଏପି ଫାଷ୍ଟ ବାଟାଲିୟନ ସମ୍ପାଦକ ଅଭିଶେଖ ମିଶ୍ର, ରାମ ପାଣିଗ୍ରାହୀ, ଦେବରାଜ ଦାଶ, ସୁବାସ ସେଠୀ ପ୍ରମୁଖ ବିଭିନ୍ନ ପୋଲିସ ଜିଲ୍ଲା କର୍ମକର୍ତ୍ତା ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତା ମାନଙ୍କୁ ଶୁଭେଛା ଜଣାଇବା ସହ ଅଷ୍ଟମ ବାଟାଲିୟନର ଉତ୍ତୋରତର ଉନ୍ନତି ପାଇଁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.