pakka

ଯୁବ ବିକାଶକୁ ନେଇ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ଜିଲ୍ଲା ସଂଯୋଜକ ଓ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକଙ୍କୁ ସମର୍ଦ୍ଧନା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ଠାରେ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଗଞ୍ଜାମ ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ ଓ ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇଙ୍କୁ ଗଞ୍ଜାମ ସହର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି । ଉକ୍ତ ସମାରୋହରେ ଗଞ୍ଜାମ ମହାବିଦ୍ୟାଳୟ ରାଜନିତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ମୁଖ୍ୟ ଅତିଥି ଓ ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲା ସଂଯୋଜକ ଶ୍ରୀ ନିପାଣେ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଦିଗଦର୍ଶନ ୟୁଥ କରୁଥିବା ଜନ କଲ୍ୟାଣକାରୀ କାର୍ୟ୍ୟକ୍ରମ ଏବଂ ଗ୍ରାମାଞ୍ଚଳର ଯୁବ ପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ୟୁଥ କ୍ଳବର କାର୍ୟ୍ୟ ଶୈଳୀକୁ ଉଚ୍ଚ ପ୍ରସଂଶା କରିଥିଲେ ।

ଗଞ୍ଜାମ ବ୍ଲକ ର ଗ୍ରାମାଞ୍ଚଳ ମହିଳା ସଶକ୍ତିକରଣ, ଯୁବବିକାଶ, କ୍ରୀଡା, ସାଂସ୍କୃତିକ, ପରିବେଶ ସୁରକ୍ଷା, ନିଃସହାୟଙ୍କୁ ସହାୟତା କ୍ଷେତ୍ରକୁ ନେଇ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଥିବା ଦିଗଦର୍ଶନ ୟୁଥ କ୍ଳବ କାର୍ୟ୍ୟକ୍ରମରେ ଉପସ୍ଥିତ ଯୁବକ ଯୁବତୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରା କାର୍ୟ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ଉପସଭାପତି ରାକେଶ କୁମାର ନାୟକ ଧାନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦିକା ବିଜୟ ଲକ୍ଷ୍ମୀ ମାହାଙ୍କୁଡ଼ ଓ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ କାର୍ୟ୍ୟକ୍ରମର ସୁପରିଚାଳନା କରିଥିଲେ। ରିଷ୍ଟ କମ୍ପ୍ୟୁଣ୍ଟର ସେଣ୍ଟର ମୁଖ୍ୟ ପ୍ରଭାତ ରେଡି,ବ୍ରହ୍ମପୁର ଜାତୀୟ ଯୁବ ସ୍ବେଛାସେବୀ କେ.କ୍ରୀଷ୍ଣା ରେଡି, ପ୍ରଶିକ୍ଷକ ଜଗନ୍ନାଥ ସାହୁ, ସନ୍ତୋଷ ରେଡି ପ୍ରମୁଖଙ୍କ ସହ ଯୁବ ପ୍ରତିଭା ଓ ୟୁଥ କ୍ଳବର ସଦସ୍ୟ ସଦସ୍ୟା ମାନେ ମାନେ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

eleven + seventeen =