csstore

ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟକ ଭାବେ ବର୍ଷା ସିଂ ବରିହା ବିଧାନସଭାରେ ଶପଥ ଗ୍ରହଣ କରିବେ । ବର୍ଷା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହୋଇଛି । ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କଠାରୁ ପାଇଥିବା ବିଜୟୀ ପ୍ରମାଣପତ୍ର ଦେଖାଇ ବିଧାନସଭାକୁ ପ୍ରବେଶ କରିବାକୁ ଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ସଦସ୍ୟ ଭାବେ ଶପଥ ପାଠ କରାଇ ଗୃହକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବରଗଡ଼ ଜିଲ୍ଲା ବିଜେଡି ପରିବାରର ବରିଷ୍ଠ ସଦସ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂହ, ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ରହିବା ନେଇ କାର୍ଯ୍ୟକ୍ରମ ରହିଥିବା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥର ଉପନିର୍ବାଚନରେ ବର୍ଷା ରେକର୍ଡ ସଂଖ୍ୟକ ୧,୨୦, ୮୦୭ ଖଣ୍ଡ ଭୋଟ୍‌ ପାଇଥିଲେ । ନିକଟତମ ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଥିଲେ ୭୮,୧୨୮ ଭୋଟ୍‌ । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ୩୫୯୪ ଭୋଟ୍‌ । ଅନ୍ୟପଟେ ନୋଟାରେ ରେକର୍ଡ ୨୦୮୭ ଖଣ୍ଡ ଭୋଟ୍‌ ପଡ଼ିଛି । ବିଜେଡି ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ରେକର୍ଡ ୪୨,୬୭୯ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ଏହା ବିଜେଡି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି ।

jayashree
Leave A Reply

Your email address will not be published.