pakka

ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହର ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ପରିବେଶ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରିବେଶକୁ ସୁଧାରିବା ସହିତ ସହରକୁ ପଲିଥିନ ମୁକ୍ତ କରି ସହରର ପରିବେଶକୁ କିଭଳି ସୁସ୍ଥ ରଖାଯାଇ ପାରିବ, ସେ ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରୁ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଗାନ୍ଧୀ ଭବନରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା । ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ରତନ ମହାରଣା, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ଗାନ୍ଧୀ ସ୍ମୃତି କମିଟିର ଉପଦେଷ୍ଟା ମନୋରଞ୍ଜନ ପୁରୋହିତ, ଶିକ୍ଷାବିଦ ମଧୂସୁଦନ ନାଏକ, ସାହିତ୍ୟ ସଂସ୍କୃତି ଗବେଷିକା ସୀମାରାଣୀ ରଥ, ନିରୋଜ ମିଶ୍ର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତିଆ, ମାହେଶ୍ୱରି ସଂଗଠନର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, କୁଲିତା ସମାଜର ରିଙ୍କୁ ସାହୁ, ବଜରଙ୍ଗ ଦଳର କାହ୍ନା ଶତପଥି ଉପସ୍ଥିତ ରହି ନିଜସ୍ୱ ମତାମତ ଦେଇ ଥିବା ବେଳେ କବି ଅର୍ଜୁନ ସାହୁ ପରିବେଶ ସୁରକ୍ଷା ଉପରେ ଏକ କବିତା ପାଠ କରିଥିଲେ । ଶେଷରେ କମିଟି ତରଫରୁ ଛାତ୍ରଛାତ୍ରୀଗଣଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ପ୍ରଶାନ୍ତ ମହାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିରେନ୍ଦ୍ର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

19 + five =

error: Content is protected !!