csstore

ହରିଶଙ୍କର ଶୈବପୀଠ ଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ହରିଶଙ୍କର ଶୈବପୀଠ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ପର୍ୟ୍ୟଟକ ତଥା ସିଆର୍‌ପିଏଫ୍‌ ଅଧିକାରୀ ଓ ଯବାନ୍‌ମାନେ ସାମିଲ୍‌ ହୋଇଥିଲେ । ସିଆର୍‌ପିଏଫ୍‌ ସାଧାରଣ ମଣିଷଙ୍କୁ ସୁରକ୍ଷା ଦେବା ସହ ସନ୍ତ୍ରାସବାଦୀମୁକ୍ତ ସମାଜ ଗଠନ ଦିଗରେ ସର୍ବଦା କାର୍ଯ୍ୟରତ ଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ତଥା ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟକ୍ରମ ହାତକୁ ନେଇ ଆସୁଛି । ତେବେ ଆଜିର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ହରିଶଙ୍କର ଶୈବପୀଠ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ସତ୍ୟବୀର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପରିବେଶକୁ ସୁସ୍ଥ ରଖିବା ସହ ଆଗାମୀ ପିଢ଼ିକୁ ଏକ ସୁସ୍ଥ ପରିବେଶ ପ୍ରଦାନ ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହ ମନ୍ଦିର ପରିସର ସଫେଇ କରାଯାଇଥିଲା ।

jayashree
Leave A Reply

Your email address will not be published.