csstore

କଲେଜ ଛକ କଲ୍ୟାଣ ମଣ୍ଡପରେ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ପୌରଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ କଲ୍ୟାଣ୍ଡପ ଠାରେ ବଲାଙ୍ଗିର ପୌରପରିଷଦ ପକ୍ଷରୁ ଗରିମା ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ୨୪୪ ଜଣ ମରିମଳ କର୍ମଚାରୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ଏହି ପରିଚୟ ପତ୍ର ପ୍ରଦାନ କରିବା ଦ୍ୱାରା ପରିମଳ କର୍ମଚାରୀ ମାନେ ଉପକୃତ ହେବା ସହ ସୁସ୍ଥ ସମାଜ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୌରପରିଷଦର କାର୍ଯ୍ୟନିବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ସହ ପୌରଉପାଧ୍ୟକ୍ଷା ଓ କାଉନସିଲରମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.