ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସଂସ୍କୃତି ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ କପିଳେଶ୍ଵର ଖମାରୀଙ୍କ ସଭାପତିତ୍ୱରେ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଂସ୍କୃତି ଗବେଷକ ନିମାଇଁଚରଣ ପାଣିଗ୍ରାହୀ ଏବଂ କୋଶଲ ଗୌରବ ରାମଭକ୍ତ ଫରିକାର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଶ୍ରୀ ଫରିକାର କବି ସାହୁ ତାଙ୍କୁ ଦେଇଥିବା ଚିଠି ପଠନ କରିଥିଲେ । ତାଙ୍କ ଅପ୍ରକାଶିତ ହୋଇଥିବା ଛଅ ଖଣ୍ଡ କୋଶଲି ଭାଷାରେ ଲେଖିଥିବା ରାମାୟଣ କେମିତି ପ୍ରକାଶ ହୋଇପାରିଲେ ମୋର ସ୍ଵପ୍ନ ସାକାର ହେବ ବୋଲି ସେଥିରେ ସେ ଲେଖିଥିଲେ । ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଥିଲେ କବି ସାହୁ କୋଶଲୀ ଭାଷାରେ ଗୋରା ସରକାର ବିରୁଦ୍ଧରେ ଗାଁ ଗାଁକୁ ଯାଇ କବିତା ଏବଂ ପାଲା ମାଧ୍ୟମରେ ଲୋକଙ୍କୁ କୋଶଲୀ ଭାଷାର ପ୍ରଚାର ପ୍ରସାର କରିବା ସଙ୍ଗେ ଜନସଚେତନତା କରୁଥିଲେ । ଏହି ସଭାକୁ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ପରିଚାଳନା କରିଥିଲେ । ରାଜୀବ ପ୍ରସାଦ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ପ୍ରଭାସିନୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ପରେ କବିଙ୍କ ଉଦ୍ଦେଶ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସରରେ ସଂଯୁକ୍ତା ପରିଛା ଓ ସୁରୁଚି ମିଶ୍ର ସଂଯୋଜନା କରିଥିଲେ । ଦିଲୀପ ମିଶ୍ର, ତପସ୍ଵିନୀ ପଶାୟତ, ଦେବେନ୍ଦ୍ର ଭୋଇ, କସ୍ତୁରୀ ରଥ, ପ୍ରତୀମା ମେହେର, ଜ୍ୟୋତିର୍ମୟୀ ତ୍ରିପାଠୀ, ଭକ୍ତବନ୍ଧୁ ସାହୁ, ନେପାଲ୍ ଘିବେଲା, ପୁସ୍ତମ ଜୁଆଡି ଗୀରିଶ ପାତ୍ର ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ କୋଶଲୀ ସଂସ୍କୃତି ଦିନର ଆବାହକ ଅର୍ଜୁନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.