csstore

ପ୍ରଶାନ୍ତ ତ୍ରିପାଠୀ ଶବ୍ଦ ସୁଧାକର ସମ୍ମାନରେ ସମ୍ମାନିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଟାଉନ ବାଳିକା ହାଇସ୍କୁଲ ପରିସରରେ ଦେଓଗାଁ ବ୍ଲକ ସାହିତ୍ୟ ଘରର ବରିଷ୍ଠ ସଭ୍ୟ ତଥା ଅଫମରା ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କୁ ଭାରତୀୟ ସାହତ୍ୟ ସଂସ୍କୃତି ସଂସଦ, ବଲାଙ୍ଗିର ଶାଖା ଦ୍ୱାରା ଆୟୋଜିତ ସାରସ୍ୱତ ମହାକୁମ୍ଭ ସମ୍ବର୍ଦ୍ଧନା ସଭାରେ ଶବ୍ଦ ସୁଧାକର ସମ୍ମାନରେ ସମ୍ମାନିତ କରାଯାଇଛି । ନିଜର ବରିଷ୍ଠ ଶବ୍ଦ ସଂଯୋଜନା ଓ ଅଳଙ୍କାରିକା ରଚନା ପାଇଁ ଶ୍ରୀ ତ୍ରିପାଠୀ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ପ୍ରକାଶ ଥାଉକି ନିଜର ସାରସ୍ୱତ ସାଧନା ଏବଂ ସୃଜନୀ ପାଇଁ ସେ ପୂର୍ବରୁ ମାଟି ଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ଦ୍ୱାରା ମାଟି ଲଗ୍ନା ବ୍ୟାସ ସମ୍ମାନ, ଚନ୍ଦ୍ରିକା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରିକା ରତ୍ନ ସମ୍ମାନ ଏବଂ ସୁରେଶ ସ୍ମୃତି ପାଠାଗାର ଦ୍ୱାରା ସୁରେଶ ନନ୍ଦ ସ୍ମୃତି ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

jayashree
Leave A Reply

Your email address will not be published.