pakka

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର (ଆନନ୍ଦ ନିକେତନ) ଖୁଜେନପାଲିଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱାତ୍ମ ଚେତନା ପରିଷଦର ଯୁଗ୍ମ ସଂପାଦକ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗ ଶାରୀରିକ ଲାଭ ବ୍ୟତୀତ ମାନସିକ ଏବଂ ଭାବନାତ୍ମକ ସୁସ୍ଥତା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ନିର୍ଦ୍ଦେଶିକା ମା’ ଶ୍ରଦ୍ଧାମୂର୍ତ୍ତୀ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ସଂଯୋଜକ ସଂବିତ କୁମାର, ଠିକାଦାରପଡା ବିଦ୍ୟା ମନ୍ଦିର ମୁଖ୍ୟ ଆଚାର୍ଯ୍ୟ କଳାକାହ୍ନୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଶେଷରେ ଉପପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

2 + 6 =

error: Content is protected !!