csstore

ଆଶୁକବି ହେମନ୍ତ ଦାଶ ରାଜ୍ୟସ୍ତରୀୟ ପୂଜ୍ୟପୂଜା ସମ୍ମାନ ୨୦୨୩ରେ ସମ୍ମାନୀତ

ତୁଷୁରା, (କେପିଏନ୍‌ଏସ୍‌) : ରବିବାର କଟକ ଶତାବ୍ଦୀ ଭବନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ, ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା, ପୂଜ୍ୟପୂଜା ପରିଷଦ, କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲା ଅନ୍ତର୍ଗତ ତୁଷୁରା ଏନ୍‌ଏସିର ବିଶିଷ୍ଟ ସାହିତ୍ୟିକ ଓ ସଂଗଠକ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷର “ରାଜ୍ୟସ୍ତରୀୟ ପୂଜ୍ୟପୂଜା ସମ୍ମାନ – ୨୦୨୩”ରେ ସମ୍ମାନୀତ କରିଛନ୍ତି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଆର୍ଯ୍ୟକବି ଡଃ ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଓ ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାହିତ୍ୟ ସଂଗଠନର ପ୍ରତିଷ୍ଠାତା ସଂପାଦକ କବି ସାରଥୀ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ଅର୍ଥ ସଚିବ, ଓଡିଶା ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶାନ୍ତି ନିକେତନର ପ୍ରଫେସର ଡ. ମନ୍ମଥ କୁମାର ପ୍ରଧାନ ଯୋଗଦେଇ ଓ ସମ୍ମାନିତ ଅତିଥି ଭାବେ ଡଃ ରବୀନ୍ଦ୍ର କୁମାର ସାହୁ, ଜଏଣ୍ଟ ଡାଇରେକ୍ଟର କୃଷି ବିଭାଗ ପ୍ରମୁଖ ଶ୍ରୀ ଦାଶଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଶ୍ରୀ ଦାଶଙ୍କୁ ନିଷାନ ସାହିତ୍ୟ ସଂସଦ ତୁଷୁରା ଓ ସମ୍ବାଦ ସାହିତ୍ୱ ଘର, ଗୁଡଭେଲା, ଦେଓଗାଁ ଓ ସଇଁନ୍ତଲା ବ୍ଲକରୁ ଅଜସ୍ର ଅଭିନନ୍ଦନର ସୁଅ ଛୁଟିଛି । ସାହିତ୍ୟ ସାଧନାକୁ ନିଜର ବ୍ରତ ରୂପେ ଗ୍ରହଣ କରିଥିବା ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବରିଷ୍ଠ କବି ତଥା ଆକାଶବାଣୀ ବଲାଙ୍ଗିରର ଉଦ୍‌ଘୋଷକ ନବ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.