csstore

ନାଟ୍ୟକାରଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ବହୁ ପୁରାତନ ଏବଂ ଡେଲାଙ୍ଗ ବ୍ଲକର ସର୍ବ ପୁରାତନ ମଞ୍ଚ ନାଟ୍ୟ ଜୟଦୁର୍ଗା କ୍ଲବର ସଦସ୍ୟ ତଥା ନାଟ୍ୟକାର, ମଞ୍ଚ ନିର୍ଦ୍ଦେଶକ, ଅର୍ଣ୍ଣପୂର୍ଣ୍ଣା ଥିଏଟରର ବହୁମୁଖୀ କଳାକାର, ରବିନ୍ଦ୍ର ମଣ୍ଡପ ଏବଂ ସୁଦୂର କଲିକତାରେ କଂସାକବାଟ ପରି ନାଟକ ପରିବେଷଣ କରି ଡେଲାଙ୍ଗ ମଞ୍ଚ କଳାକୁ ଉଜ୍ଜୀବିତ କରି ରଖିବାର ସଦା ପ୍ରୟାସ କରୁଥିବା ନାଟ୍ୟକାର ବିଜୟ କୁମାର ସାମନ୍ତରାୟ (ଅଖାଡୁ)ଙ୍କ ଅକାଳ ବିୟୋଗରେ ଡେଲାଙ୍ଗର କଳାଜଗତରେ ଅପୂରଣୀୟ କ୍ଷତି ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଆତ୍ମାର ସଦଗତି କରନ୍ତୁ ବୋଲି ମତ ପ୍ରକାଶ ପାଇଛି । ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.