jsm

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ତଥା ଆଖ ପାଖ ଅଞ୍ଚଳରେ ଗତ ଦୁଇ ଦିନ ହେଲା ଲଗାତାର ବର୍ଷା ହେଉଛି ଫଳରେ ମାନସିକ ରୋଗୀ ତଥା ଅସହାୟ ବୃଦ୍ଧ, ବୃଦ୍ଧା ବ୍ୟକ୍ତି ଯଦି କୌଣସି ସ୍ଥାନରେ ରହିଥିବେ ତା’ହେଲେ ସଂକଳ୍ପ ପରିବାର ସହିତ ଯୋଗାଯୋଗ କରିବାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଉକ୍ତ ଅନୁରୋଧ ପ୍ରମେ ଭେଡେନ ଅଞ୍ଚଳରୁ ଜଣେ ସଚେତନ ନାଗରିକଙ୍କ ମାଧ୍ୟମରେ ସଂକଳ୍ପ ପରିବାର ଜାଣିବାକୁ ପାଇଲା ଯେ, ଜଣେ ବୃଦ୍ଧ ମହିଳା ଭେଡେନ ଅଞ୍ଚଳରେ ଦୀର୍ଘ ଦିନ ହେଲା ଅସହାୟ ଅବସ୍ଥାରେ ବସବାସ କରି ଆସୁଛନ୍ତି । ସେଠାରେ ତାଙ୍କର ଯତ୍ନ ନେବା ପାଇଁ କେହି ନିଜ ସମ୍ପର୍କୀୟ ନାହାନ୍ତି । ଖବର ପାଇବା ପରେ ସଂକଳ୍ପ ପରିବାର ଭେଡେନକୁ ଯାଇ ଆଖପାଖ ଲୋକଙ୍କଠୁ ଜାଣିବାକୁ ପାଇଲେ ଯେ, ପ୍ରକୃତରେ ସେଠାରେ ତାଙ୍କର କେହି ନିଜ ଲୋକ ନାହାନ୍ତି ସେ ବୃଦ୍ଧା ଜଣକ ଏକାକୀ ବସବାସ କରୁଛନ୍ତି । ତାଙ୍କର ନାମ ଇନ୍ଦୁମତି ପଧାନ ହୋଇଥିବା ବେଳେ ତାଙ୍କର ଦୁଇପୁଅ, ନାତି, ନାତୁଣୀ ସମସ୍ତେ ଅଛନ୍ତି କିନ୍ତୁ ପରିଣତ ବୟସରେ ବୃଦ୍ଧା ଜଣକ ଏକାକୀ ଅନ୍ୟତ୍ର ବସବାସ କରୁଛନ୍ତି । ତାଙ୍କୁ ଆଶ୍ରୟ ଦେବା ପାଇଁ ବା ଯତ୍ନ ନେବା ପାଇଁ କେହି ନାହାନ୍ତି । ଗତ ଦୁଇଦିନ ଲଗାଣ ବର୍ଷା ସମୟରେ ସେ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଶୋଇଥିବା ଅବସ୍ଥାରେ ଘରକୁ ପାଣି ପଶି ଆସିବାରୁ ଚିତ୍କାର କରିଥିଲେ ପରେ ପାଖ ପଡୋଶୀ ଆସି ତାଙ୍କୁ ଘରୁ ବାହାରକୁ ବାହାର କରିଥିଲେ ଓ ଗୋଟେ ବାରଣ୍ଡାରେ ସେ ଆଶ୍ରୟ ନେଇଥିଲେ । ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲା ପରେ ସେ ପ୍ରକୃତରେ ଅସହାୟ ଅବସ୍ଥାରେ ରହିଥିବା ନେଇ ସଂକଳ୍ପ ପରିବାର ଅନୁଭବ କରିଥିଲେ ଓ ଭେଡେନ ପୋଲିସର ସହାୟତାରେ ସଂକଳ୍ପ ପରିବାର ତାଙ୍କୁ ଆଣି ସମଲେଇପଦର ସ୍ଥିତ ପାର୍ବତୀଗିରୀ ବୃଦ୍ଧାଶ୍ରମରେ ଥଇଥାନ କରିଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.