ବରଗଡ ହାଟପଦା ସାଇ ମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷ

ବରଗଡ, (ମୁନ୍ନା ସାହୁ) : ବରଗଡ ହାଟପଦା ସାଇ ମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷ । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଛନ୍ତି । କଲେଜ ରୋଡ଼ରେ ରହୁଥିବା ପ୍ରଦୀପ ଲୁହା (ବୟସ ୨୪)ଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ଅତି ଗୁରୁତର ଥିବା ଯୋଗୁଁ ମୁଖ୍ୟ ହସପିଟାଲକୁ ପଠାଇଛନ୍ତି । ତାଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ ପ୍ରଦୀପଙ୍କ ସହିତ ତାଙ୍କ ସାଙ୍ଗ ରୀତିକ ଓ ସୁରଜ ମଧ୍ୟ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ତେବେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି କିଏ ଭୁଜାଲିରେ ଆକ୍ରମଣ କରିଛି ତାକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.