csstore

ଗୋ-ରକ୍ଷକଙ୍କୁ ମିଥ୍ୟା ବଦନାମ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଗୋ-ରକ୍ଷାକାରୀଙ୍କୁ ଗୋ ରକ୍ଷକଙ୍କ ବଦନାମ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ କଲେ ଭଦ୍ରକ ଯାଜପୁର ଗୋ ରକ୍ଷକ ସମୂହର ସଦସ୍ୟ ସଞ୍ଜୟ କୁମାର ବିଶ୍ୱାସ । ସୂଚନା ମୁତାବକ ସଞ୍ଜୟ କୁମାର ବିଶ୍ୱାସ ନାମକ ଜଣେ ଯୁବକ ଭଦ୍ରକର ନିବାସୀ ଦୀର୍ଘ ଦଶ ବର୍ଷ ଧରି ଗୋ ରକ୍ଷା ତଥା ଗୋ ସେବା କରି ଆସୁଛନ୍ତି । ଅବାଧ ଗୋ ଚାଲାଣକୁ ରୋକିବା, ରାସ୍ତାରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଗୋମାତାଙ୍କୁ ଆଣି ଶବଦାହ କରିବା ଆଦି କାର୍ଯ୍ୟ ମଧ୍ୟ କରିଥାନ୍ତି ସଞ୍ଜୟ । ମାତ୍ର କଟକ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୁରେଶ ପଣ୍ଡା ବିଶ୍ୱ ଗୋ ସୁରକ୍ଷା ସମିତିର ଅଧ୍ୟକ୍ଷ ଥାଇ ସେ ଗୋ ସେବକ ସଞ୍ଜୟ ବିଶ୍ୱାସଙ୍କୁ ବଦନାମ କରିବା ସହ ସଞ୍ଜୟ ବିଶ୍ୱାସ ଜଣେ ବାଂଲାଦେଶୀ ଭଦ୍ରକରେ ରହି ଗୋ ଚାଲାଣରେ ସମ୍ପୃକ୍ତି ଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ଯାହା ଦ୍ୱାରା ସଞ୍ଜୟ ବିଶ୍ୱାସଙ୍କ ମାନ ସମ୍ମାନ ହାନି ହେଉଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସଞ୍ଜୟ ।

jayashree
Leave A Reply

Your email address will not be published.