pakka

ଟିଟିଲାଗଡ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ସାମ୍ୱାଦିକ ସମ୍ମିଳନୀ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ଦ୍ଵାରା ସାମୁହିକ ବ୍ରତୋପନୟନ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁର, ସମ୍ପାଦକ ବନମାଳି ଦାସ ଓ ଉପଦେଷ୍ଟା ରାଜିବ ଲୋଚନ ପାଢ଼ୀ ।

ଏହି ସାମୁହିକ ବ୍ରତୋପନୟନରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ସୋନପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ତଥା ଜୟପୁର ଅଞ୍ଚଳର ପିଲାମାନଙ୍କର ବ୍ରତୋପନୟନ କରାଯାଇଥାଏ ।୨୦୧୨ ମସିହାରୁ ଏଯାବତ୍‌ ୧୪୭ ଜଣ ବ୍ରାହ୍ମଣ ପିଲାଙ୍କ ବ୍ରତ କରାଯାଇଥିବା ବେଳେ ଚଳିତ ବର୍ଷ ୪୨ ଜଣ ପିଲାଙ୍କୁ ବ୍ରତ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ବୋଲି ସଭାପତି ପ୍ରକାଶ କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ ୧୦ ଜଣ ପିଲାଙ୍କ ପଞ୍ଜିକରଣ କରାଯାଇଥିବା ବେଳେ ମାର୍ଚ୍ଚ ୨୬ ଯାଏଁ ପଞ୍ଜିକରଣ କରାଯିବ । ପ୍ରତ୍ୟେକ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବେଦୀ ଏବଂ ଆଚାର୍ଯ୍ୟମାନଙ୍କ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣ ପିଲାଙ୍କୁ ସଂସ୍କାର କରିବା ହେଉଛି ଏହି ସାମୁହିକ ବ୍ରତୋପନୟନର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ସମାଜର ରାଜୁ ମିଶ୍ର, ସୁବୋଧ ଦାସ, ଚିନ୍ତାମଣି ମହାପାତ୍ର, ମିନ କେତନ ମିଶ୍ର, ଶୁକଦେବ ଯୋଶୀ, ମନ୍ଦଧର ପଣ୍ଡା, ଶୋଭାକର ପୁରୋହିତ, ସୁଶୀଳ କୁମାର ମିଶ୍ର, ବୃନ୍ଦାବନ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା, ଭଗବାନ ନାୟକ, ମାନସ ପାଣି, ରାମ ନାରାୟଣ ମିଶ୍ର, ଧୋବାଇ ଚରଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − 2 =