pakka

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ପ୍ରାନ୍ତୀୟ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଗତକାଲି ଓ ଆଜି ଦୁଇ ଦିନ ଧରି ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରାନ୍ତର ଦାୟତ୍ୱରେ ଥିବା ରବିକାନ୍ତ ଜୟସୱାଲ ଏଥିରେ ଯୋଗଦେଇ ଆଗାମୀ ବର୍ଷ ସଂଗଠନର ସୁବର୍ଣ୍ଣ ଜୟନ୍ତୀ ପଡୁଥିବାରୁ ଏହା ଉପରେ ଗୁରୁତ୍ୱ ଦେଇଥିଲେ । ସମାଜରେ ଗ୍ରାହକ ଜାଗରଣ ଆବଶ୍ୟକତା ପୁରଣ ପାଇଁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କାର୍ଯ୍ୟକର୍ତ୍ତାମାନଙ୍କର ଭୂମିକା ଓ ସାଂଗଠନିକ କାର୍ଯ୍ୟପଦ୍ଧତି ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ସଂଗଠନର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଶ୍ରୀ ପୁରୋହିତ ଗ୍ରାହକ ସୁରକ୍ଷା ଆଇନର ନୂତନ ସଂଶୋଧନ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରି ଗ୍ରାହକ ପାଉଥିବା ସୁବିଧା ସୁଯୋଗର ବିସ୍ତୃତ ରୂପରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ପ୍ରଶିକ୍ଷକ ପ୍ରାନ୍ତର ପୂର୍ବ ସଭାପତି କେନ୍ଦ୍ରୀୟ କାର୍ଯ୍ୟକାରିଣୀର ନିମନ୍ତ୍ରିତ ସଦସ୍ୟ ରାଧା ମାଧବ ବହିଦାର ଦେଶର ଅର୍ଥନୀତିରେ ପରିବାର ଓ ସମାଜର ଆର୍ଥିକ ସୁପରିଚାଳନା ଉପରେ ଗୁରୁତ୍ୱ ଦେଇ ବର୍ଣ୍ଣନା କରିଥିଲେ । ଆର୍ଥିକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ମହିଳା ଓ ଯୁବ ବର୍ଗଙ୍କୁ ସକ୍ରୀୟ ଦାୟିତ୍ୱ ଦେବା ଉପରେ ଗୁୁରୁତ୍ୱ ଆରୋପ କରିଥିଲେ । ସଂଗଠନ ସଂପାଦକ ସତ୍ୟନାରାୟଣ ପଟେଲ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ବିଭିନ୍ନ ଜିଲ୍ଲା ପଞ୍ଚାୟତଗୁଡିକର ସମୀକ୍ଷା କରିଥିଲେ । ବିବରଣୀ ଓ ଜିଲ୍ଲା ପଂଚାୟତର ବୃତ୍ତ ସୁନ୍ଦରଗଡ ଜିଲ୍ଲାର ସଭାପତି ଚିନ୍ମୟ ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥି, ରାୟଗଡା ଜିଲ୍ଲା ସଭାପତି କିଶୋର ସାହୁ ପ୍ରଦାନ କରିଥିଲେ । ଆରମ୍ଭରୁ ପୂଜାର୍ଚ୍ଚନା ଓ ଓଁକାର ନାଦ ପରେ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ବଲାଙ୍ଗିରର ସଭାପତି ଗୋପବନ୍ଧୁ ଶତପଥି । ପ୍ରଥମ ଦୁଇ ମିନିଟ ନିରବ ପ୍ରାର୍ଥନା ଦିବଂଗତ କାର୍ଯ୍ୟକର୍ତ୍ତା ଓ ପରିଜନମାନଙ୍କ ପାଇଁ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ମହିଳା ପ୍ରମୁଖ ସଂଯୁକ୍ତା ମିଶ୍ର, ସଚିବ ମାଣିକ ବର୍ମା, କୋଷାଧ୍ୟକ୍ଷ ନଳିନୀକାନ୍ତ ମହାନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ମିନାକ୍ଷୀ ନାୟକ, ବଲାଙ୍ଗିର ମହିଳା ପ୍ରମୁଖ ନିହାରୀକା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଇନଜୀବୀ ଅଶୋକ କୁମାର ମିଶ୍ର ।

Leave A Reply

Your email address will not be published.

nineteen − 13 =