jsm

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଶ୍ରୀ ଜଗନ୍ନାଥ ମନ୍ଦିର ରଥଖଳା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଙ୍ଗଳ ସିଂ ମଙ୍ଗରାଜ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ସ୍ୱାମୀ ବାସୁଦେବାନନ୍ଦ ସରସ୍ଵତୀ, ସମ୍ମାନିତ ଅତିଥି ଭାବେ ମାତା କୃଷ୍ଣପ୍ରିୟା ନନ୍ଦ ଓ ରାଜଶ୍ରୀ ମିଶ୍ର, ମୁଖ୍ୟବକ୍ତା ଭାବେ ସଂଘର କ୍ଷତ୍ରିୟ କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ହିନ୍ଦୁ ସମ୍ମିଳନୀର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ହିନ୍ଦୁ ହିନ୍ଦୁତ୍ୱ, ଏହି ସମ୍ମିଳନୀର ଉଦ୍ଦେଶ୍ୟ ରଖିବା ସହ ହିନ୍ଦୁ ସମାଜକୁ ପଞ୍ଚ ପରିବର୍ତ୍ତନ ଆଧାରରେ ସମାଜକୁ ସଂଗଠିତ ହୋଇ ରହିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଭାରତ ମାତାଙ୍କୁ ପୂଜା କରାଯାଇଥିଲା । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି ବିଶାଳ ହିନ୍ଦୁ ସମ୍ମିଳନୀରେ ସହସ୍ରାଧିକ ସ୍ଥାନୀୟ ସମଗ୍ର ହିନ୍ଦୁ ସମାଜ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଗନ ବିହାରୀ ବେହେରା, ସତ୍ୟାନନ୍ଦ ଦାସ, ସମାଜପତି ରାୟ, ହରେକୃଷ୍ଣ ମାଝୀ, ପ୍ରଭାତ ପ୍ରଧାନ, ରାକେଶ କୁମାର ବେହେରା, ସୁଦର୍ଶନ ଗୌଡ଼, ମୁରଲୀଧର ଓଝା, ଅର୍ଜୁନ ବେହେରା, ସଞ୍ଜୟ ଦାଶ, ପ୍ରମୋଦ ସାହାଣୀ, ପଦ୍ମନ ମହାପାତ୍ର, ବିଭୁତି ଭୂଷଣ ବେହେରା, ମଧୁ ହେମ୍ବ୍ରମ, ରାମଚନ୍ଦ୍ର ହାଁସଦା, ବସନ୍ତ ନାୟକ, କାହ୍ନୁଚରଣ ଓଝା, ଧନେଶ୍ଵର ସେଠୀ, ବିଜୟ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.