‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହେଲେ ପରିବେଶ ବନ୍ଧୁ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିଶୃତି ସାହିତ୍ୟ ସଂସଦ ରେଂଚ ଖେଲାର, ନିମାପଡା, ପୁରୀ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଧ୍ୟାପକ ଦିଲ୍ଲୀପ କୁମାର ସେନାପତିଙ୍କ ସଭାପତିତ୍ୱରେ ସଂସଦର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ପ୍ରାୟ ୭୦ ଜଣ କବି ଓ କବୟିତ୍ରୀ ଯୋଗଦେଇ ସେମାନଙ୍କର ନିଜସ୍ୱ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ କବି, ଆଇନୀଜୀବୀ ହୃଷୀକେଶ ପାଢ଼ୀ ନିଜର ସ୍ୱରଚିତ କବିତା ‘ଆମେ ହସାଇବା ଆମ ପରିବେଶ’ ଆବୃତ୍ତି କରି ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଡ଼. ପ୍ରତିଭା ମହାରଥୀ ଶ୍ରୀ ପାଢ଼ୀଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.

5 − 1 =