pakka

ଜୁନ୍‌ ୫ରେ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ବର୍ଦ୍ଧିତ ହେବେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର ‘ପ୍ରକୃତି ବନ୍ଧୁ’ – ୨୦୨୩ ସମ୍ମାନରେ ଆସନ୍ତା ୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ହଲ୍‌ଠାରେ ସମ୍ବର୍ଦ୍ଧିତ ହେବେ । ଏହି ଖବର ପ୍ରଚାର ହେବା ପରେ ଏଚ୍ଚୁ ଅଂଚଳରେ ଖୁସିର ଲହରୀ ଖେଲିଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମ ପଂଚାୟତଠାରେ ଏକ ମାତ୍ର ସଂସ୍କୃତ ବିଦ୍ୟାପୀଠ ଅଛି । ଏହି ଅନୁଷ୍ଠାନରେ ବହୁ ଦୂର ଦୂରାନ୍ତରୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ଆସିଥାନ୍ତି । ଶିକ୍ଷକ ପଣ୍ଡିତମାନେ ନିଷ୍ଠାପର ଭାବେ ମଣିଷ ତିଆରି କାରଖାନାର ଜଣେ ଜଣେ ଯନ୍ତ୍ରୀ । ବିଭିନ୍ନ ପ୍ରକାର ବୃକ୍ଷଲତା, ଔଷଧୀୟ, ଜଙ୍ଗଲି ଗଛ, ସାଗୁଆନ, ସିଶୋ, ଲେମ୍ବୁ, ଦେବଦାରୁ, ଆମ୍ବ, ପିଜୁଳି, ସାହ ଅନେକ ଗଛରେ ପରିପୂର୍ଣ୍ଣ ଏହି ପରିବେଶ । ଏହି ଅନୁଷ୍ଠାନର ଆଦର୍ଶ ଶିକ୍ଷକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର ଜଣେ ପ୍ରକୃତି ମିତ୍ର ଅଟନ୍ତି । ରାଷ୍ଟ୍ରୀୟ କିଷାନ୍ ପରିବାରରୁ ପ୍ରକୃତି ବନ୍ଧୁ ଭାବେ ୨୦୧୭ ମସିହାରେ କଟକ ଠାରେ ସମ୍ମାନିତ ହୋଇଥିଲେ । ରକ୍ତଦାନ ଶିବିର, ବୃକ୍ଷ ରୋପଣ ଅନେକ ଅନୁଷ୍ଠାନରେ କାର୍ଯ୍ୟ କରି ସେ ବଙ୍ଗୋମୁଣ୍ଡା ବ୍ଲକ ତଥା ବଲାଙ୍ଗିର ଜିଲ୍ଲାରେ ପରିଚିତ କାର୍ଯ୍ୟରତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା – ୨୦୨୩ ମସିହା ପାଇଁ ପ୍ରକୃତି ମିତ୍ର ଭାବେ ମନୋନୀତ ହୋଇଥିବାରୁ ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ, ପରିଚାଳନା ସମିତି, ‘ମୋ’ ସ୍କୁଲ ଅଭିଯାନ’ ସମିତି, ଗ୍ରାମବାସୀ ବହୁତ ଆନନ୍ଦିତ ଓ ଏଥିପାଇଁ ସେ ବଲାଙ୍ଗିର ଜିଲ୍ଲା ଜଙ୍ଗଲ ବିଭାଗର ଅଧିକାରୀ ସେଣ୍ଟ୍ରାଲ ଏନ୍‌ଭରମେଣ୍ଟ ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

five × 1 =