pakka

ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ

bbehera

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାସୁଦେବପୁର ବ୍ଲକ ଚୂଡ଼ାମଣୀମଲିକ ସାହିରେ ଏଭଳି ଘଟଣା ଘଟିଛି । ଗୁରୁବାର ଅପରାହ୍ଣରେ ୫ ଜଣ ନାବାଳକ ସାଥୀ ହୋଇ ଖେଳୁଥିବା ବେଳେ ବଣରେ କୋଳି ତୋଳି ଖାଇଥିଲେ । ସମସ୍ତେ ଘରକୁ ଫେରିବା ପରେ ବାନ୍ତି କରିବା ସହ ମୁଣ୍ଡ ବୁଲାଉଥିବା କହିଥିଲେ । ପରିବାର ଲୋକେ ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

jay balangir
Leave A Reply

Your email address will not be published.

seventeen + eighteen =