pakka

+୨ ବିଜ୍ଞାନ ପରୀକ୍ଷାଫଳ : ପଶ୍ଚିମ ଓଡ଼ିଶାରେ ଯୁବୋଦୟର ଶ୍ରେଷ୍ଠ ପ୍ରଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ପରୀକ୍ଷାଫଳ ଗତ ବୁଧବାର ଦିନ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିରର ଯୁବୋଦୟ କଲେଜ ପଶ୍ଚିମ ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ପଶ୍ଚିମ ଓଡ଼ିଶାର ପ୍ରଥମ ୫ଟି ସ୍ଥାନରେ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସମସ୍ତେ ଯୁବୋଦୟ କଲେଜର ଛାତ୍ରଛାତ୍ରୀ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ପ୍ରଥମ ୧୫ଟି ସ୍ଥାନରେ ମୋଟ ୨୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେଥିରୁ ୧୧ଜଣ କେବଳ ଯୁବୋଦୟ କଲେଜର ଛାତ୍ରଛାତ୍ରୀ ବୋଲି କଲେଜ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି । ପ୍ରଥମ ୫ଟି ସ୍ଥାନରେ ଥିବା ୬ ଜଣ ଛାତ୍ରଛାତ୍ରୀ ହେଲେ ଡେରାଡୁନ୍‌ ମେହେର (୫୬୪), ଚିନ୍ମୟ ସାହୁ (୫୬୩), ସିଦ୍ଧାନ୍ତ ମେହେର (୫୬୧), ଟିକିଶ୍ରୀ ପଧାନ ଓ ସ୍ୱୟମ୍ଭୁ ଶେଖର ପାଣିଗ୍ରାହୀ ଉଭୟ (୫୫୫) ଏବଂ ଅନୁଷ୍କା ପାଣିଗ୍ରାହୀ (୫୫୩) । ଏହା ଛଡା ପ୍ରଥମ ୧୫ଟି ସ୍ଥାନ ମଧ୍ୟରେ ଥିବା ଯୁବୋଦୟର ଅନ୍ୟ ଛାତ୍ରଛାତ୍ରୀମାନେ ହେଲେ ଶିଖାମଞ୍ଜରୀ କଠାର (୫୫୨), ପ୍ରିୟରଂଜନ ସାହୁ (୫୪୭), ବିଜୟଲକ୍ଷ୍ମୀ ମିଶ୍ର (୫୪୬), ଆଶୀର୍ବାଦ ସାହୁ (୫୪୩), ଦେବେଶ କୁମାର ସା’ (୫୪୨) ।

ଯୁବୋଦୟ ଛାତ୍ରଛାତ୍ରୀମାନେ କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ରାଜ୍ୟ ସ୍ତରରେ ମଧ୍ୟ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଏକାଧିକ ସ୍ଥାନରେ ରହି ଅନୁଷ୍ଠାନର ଗୌରବ ବଢାଇଛନ୍ତି ବୋଲି ଯୁବୋଦୟ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ।

jay balangir
Leave A Reply

Your email address will not be published.

8 + 19 =