pakka

ବାଡେପଙ୍ଗା ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ମାଫିଆ ଫେରାର୍

bbehera

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ବାଡେପଙ୍ଗା ଜଙ୍ଗଲ ନିକଟରୁ ୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାହାର ରାଜ୍ୟକୁ ଚାଲାଣ ପାଇଁ ବାଡ଼େପଙ୍ଗା ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ଏସ୍‌ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ମନମୁଣ୍ଡା ପୁଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ମାଫିଆମାନେ ଫେରାର୍‌ ହୋଇଯାଇଥିଲେ । ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଓଜନ କଲାପରେ ଏହାର ପରିମାଣ ୨୩ କ୍ୱିଣ୍ଟାଲ ବୋଲି ଜଣାପଡିଥିଲା । ଏ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

four × two =