csstore

ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ – ୨୦୨୩ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ତହଁକ କୁଟୁମ ତରଫରୁ ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ – ୨୦୨୩ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଆୟୋଜିତ ହୋଇଥିବା ପ୍ରଥମ ଅଧିବେଶନରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ଼. ଜ୍ୟୋତିର୍ମୟୀ ସାହୁ, ସମ୍ମାନିତ ଅତିଥି ଭାବେ ଦଶପୁର ସରପଞ୍ଚ ପୁରବୀ ବାଗ, ସମାଜସେବୀ ବସନ୍ତ ମଞ୍ଜରୀ ହନୁମାନ ପ୍ରମୁଖ ମଞ୍ଚାସୀନ ଥିଲେ । ମା’ ପାଟଣେଶ୍ଵରୀ ଓ ମା’ ସମଲେଶ୍ଵରୀଙ୍କଠାରେ ପୂଜାର୍ଚ୍ଚନା ପରେ ନାରୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ କବୟିତ୍ରୀ ପ୍ରଭାସିନୀ ଭୋଇ, ତପସ୍ଵିନୀ ପଶାୟତ, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ଜ୍ୟୋତିର୍ମୟୀ ତ୍ରିପାଠୀ, ସବିତା ମହରା, କବିତା ମିଶ୍ର, ସୁଜାତା ନାଏକ । କୋଶଲୀ ଭାଷାରେ ଅନେକ ଛୋଟ ଚଳଚ୍ଚିତ୍ର ନିର୍ମାଣ କରିଥିବା କାଇଁଚ ମିଡିଆ ପ୍ରସ୍ତୁତ ‘ଛେର ଛେର ଛେରା’ର ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ରାଜେଶ୍ ଦଣ୍ଡସେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସୋନାଲି ପାଢୀ ଓ ଦିଲୀପ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ କୋଶଲୀ କବିତା ଆସରରେ ନିରଞ୍ଜନ ପଣ୍ଡା, ଅଖୋଜ ଷାଣ୍ଢ, ଅଶୋକ ସାହୁ, ପରମେଶ୍ୱର ସାହୁ ମଞ୍ଚାସୀନ ଥିବା ବେଳେ କସ୍ତୁରୀ ରଥ ଓ ପୁଷ୍ପାଞ୍ଜଳି ମେହେର କବିତା ସଂଯୋଜନା କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ଗୋପୀନାଥ ଦଣ୍ଡସେନା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ନିମାଇଁ ଚରଣ ପାଣିଗ୍ରାହୀ, ଉମେଶ ବିଶ୍ଵାଳ, ଧର୍ମେନ୍ଦ୍ର ପଧାନ, ନିତ୍ୟାନନ୍ଦ ଯୁଏଡ, ନେପାଲ ବାଗ, ଦେବେନ୍ଦ୍ର ନାଏକ, ରାଜୀବ ପ୍ରସାଦ ଭୋଇ, ପୁରୁଷୋତ୍ତମ ମିଶ୍ର ।

jayashree
Leave A Reply

Your email address will not be published.