om academy

ସଂକୀର୍ତ୍ତନରେ ବିଶୃଙ୍ଖଳ ଆଚରଣକୁ ନିନ୍ଦା

jsm

ସମ୍ବଲପୁର, (ନିରୋଜ କୁମାର ପାଣୀ) : ନିକଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବିଜାଗୁଡା ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ହୁତମା ଓ ପଣ୍ଡକିଟାଲ କୀର୍ତ୍ତନ ଦଳର ବୈଠକି ଚାଲୁଥିବା ବେଳେ ପରସ୍ପର ମଧ୍ୟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ମାଡପିଟ ଘଟଣାକୁ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ପରିଷଦର ସଭାପତି ହେମନ୍ତ କୁମାର ମହାପାତ୍ର ଓ ସମ୍ପାଦକ ଲୋକନାଥ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଦୁଇ ସଂକୀର୍ତ୍ତନ ଦଳର ଏଭଳି ଆଚରଣ ବିକୃତ ମାନସିକତାର ପରିଚାୟକ ଅଟେ । ନାଟକ ଓ ସଂଗୀତର ବ୍ୟବସାୟିକ ପ୍ରସାରଣ ଭଳି ସଂକୀର୍ତ୍ତନକୁ ବ୍ୟବସାୟିକ ରୂପ ଦେଇ ଏହାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରା ନଯାଉ । ଅର୍ଥ ଲାଳସାରେ କୀର୍ତ୍ତନକୁ ମନୋରଞ୍ଜନର ମାଧ୍ୟମ କରିବାର ଅପଚେଷ୍ଟା କରା ନଯାଉ । ବରଂ ଏହା ଭାଗବତ ପ୍ରାପ୍ତି ଉଦ୍ଦେଶ୍ୟରେ ହେଉ ବୋଲି ଶ୍ରୀ ମହାପାତ୍ର ଓ ଶ୍ରୀ ମିଶ୍ର କହିଛନ୍ତି । ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ଶାନ୍ତ ରହିବାକୁ ଉଭୟ ଦଳକୁ ପରିଷଦ ପରାମର୍ଶ ଦେବା ସହ ବିଶୃଙ୍ଖଳ ଆଚରଣ କରୁଥିବା ସଂକୀର୍ତ୍ତନ ଦଳ ଗୁଡିକୁ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ମହାପାତ୍ର ଓ ଶ୍ରୀ ମିଶ୍ର ନିବେଦନ କରିଛନ୍ତି ।

Leave A Reply

Your email address will not be published.

12 + fifteen =